ଭାରତର ମନୁ ସାହନୀ ହେଲେ ‘ଆଇସିସି’ର ମୁଖ୍ୟ ନିର୍ବାହୀ ଅଧିକାରୀ

ଆଗାମୀ ଜୁଲାଇରେ ସରିବ ରିଚାର୍ଡସନଙ୍କ କାର୍ଯ୍ୟକାଳ

ଦୁବାଇ: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ମନୁ ସାହଣୀଙ୍କୁ ସୋମବାର ନିଜର ମୁଖ୍ୟ ନିର୍ବାହୀ ଅଧିକାରୀ (ସିଇଓ) ଭାବେ ନିଯୁକ୍ତି କରିଛି। ସାହଣୀ ପୂର୍ବତନ ସିଇଓ ଡେଭିଡ ରିଚାର୍ଡସନଙ୍କ ସ୍ଥାନ ନେଇଛନ୍ତି। ମାତ୍ର, ରିଚାର୍ଡସନ୍‌ ଚଳିତ ବର୍ଷ ଜୁଲାଇରେ ଇଂଲଣ୍ଡ ଏବଂ ୱେଲସ୍‌ରେ ହେବାକୁ ଥିବା ବିଶ୍ୱକପ୍‌ ସହିତ ଜଡ଼ିତ ରହିବେ।

ଆଇସିସି ଏକ ବୟାନରେ କହିଛି, ପଦଭାର ଗ୍ରହଣ କରିବା ପୂର୍ବରୁ ସାହାଣୀ ଗତ ୬ ସପ୍ତହରୁ ରିଚାର୍ଡସନ୍‌ଙ୍କ ସହିତ କାମ କରୁଥିଲେ। ନ୍ୟୁଜିଲାଣ୍ଡର ରିଚାର୍ଡସନଙ୍କ କାର୍ଯ୍ୟକାଳ ଚଳିତ ବର୍ଷ ଜୁଲାଇରେ ଶେଷ ହେବ।

ପଦଭାର ଗ୍ରହଣ କରିବା ପରେ ନିଜ ପ୍ରତିକ୍ରିୟାରେ ମନୁ ସାହଣୀ କହିଛନ୍ତି, ରିଚାର୍ଡସନଙ୍କ ଦାୟିତ୍ୱ ନେଇ ମୁଁ ବହୁତ ଖୁସି ଅନୁଭବ କରୁଛି। ସେ ବିଗତ ୭ ବର୍ଷ ମଧ୍ୟରେ ଖେଳକୁ ମଜବୁତ ସ୍ଥିତିରେ ପହଂଚାଇଛନ୍ତି। ସେ କ୍ରିକେଟ ବିଶ୍ୱକପ୍‌ ୨୦୧୯ ଯାଏଁ ନିଜର ନେତୃତ୍ୱ ନେଉଥିବାରୁ ମୁଁ ଖୁସି ଅନୁଭବ କରୁଛି। କ୍ରିକେଟର ସବୁଠାରୁ ବଡ଼ ଉତ୍ସବର ସଫଳ ଆୟୋଜନ ସୁନିଶ୍ଚିତ କରିବାରେ ତାଙ୍କ ଠାରୁ ଆଉ କେହି ଉତ୍ତମ ବ୍ୟକ୍ତି ହୋଇପାରିବେ ନାହିଁ ବୋଲି ସାହଣୀ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ କହିଛନ୍ତି।

ସମ୍ବନ୍ଧିତ ଖବର