ଖେଲୋ ଇଣ୍ଡିଆରେ ମୁନାଙ୍କୁ ରୌପ୍ୟ

ବ୍ରହ୍ମପୁର: ଆସାମର ଗୁଆହାଟୀରେ ଚାଲିଥିବା‌ ତୃତୀୟ ଖେଲୋ ଇଣ୍ଡିଆ ପ୍ରତିଯୋଗିତାର ଭାରୋତ୍ତୋଳନରେ ବ୍ରହ୍ମପୁରର ମୁନା ନାୟକ ଓଡ଼ିଶା ପାଇଁ ପ୍ରଥମ ପଦକ ହାସଲ କରିଛନ୍ତି। ସେ ୬୧ କେଜି ବର୍ଗରେ ମୋଟ ୨୩୫ (ସ୍ନାଚ୍‌ରେ ୧୦୨ ଓ କ୍ଲିନ୍ ଆଣ୍ଡ ଜର୍କରେ ୧୩୩) କେଜି ଭାରୋତ୍ତୋଳନ କରି ଦ୍ବିତୀୟ ସ୍ଥାନ ସହ ଏହି ପଦକ ପାଇଛନ୍ତି। କିଛି ବର୍ଷ ହେବ ସେ ପୁନେ ସ୍ଥିତ ସାଇ (ସ୍ପୋର୍ଟ୍ସ ଅଥରିଟି ଅଫ୍ ଇଣ୍ଡିଆ)ରେ ପ୍ରଶିକ୍ଷଣ ନେଉଛନ୍ତି। ଗତବର୍ଷ ମଧ୍ୟ ଖେଲୋ ଇଣ୍ଡିଆରେ ୫୫ କେଜି ବର୍ଗରେ ଭାଗ ନେଇ ମୋଟ ୨୩୦ କେଜି ଭାରୋତ୍ତୋଳନ କରି ସେ ରୌପ୍ୟ ପଦକ ହାସଲ କରିଥିଲେ। ଓଡ଼ିଶାରୁ ଏହି ପ୍ରତିଯୋଗିତାରେ ୧୨ ଜଣ ଭାରୋତ୍ତୋଳକ ଭାଗ ନେଇଛନ୍ତି।

ସମ୍ବନ୍ଧିତ ଖବର