ମାରାଡୋନା କ୍ଷମା ମାଗିଲେ

ମସ୍କୋ: କଲମ୍ବିଆ-ଇଂଲଣ୍ଡ ପ୍ରି-କ୍ୱାର୍ଟର ମ୍ୟାଚ୍‌ର ଫଳାଫଳକୁ ନେଇ ଆମେରିକୀୟ ରେଫରି ମାର୍କ ଗିଗରଙ୍କୁ ତୀବ୍ର ସମାଲୋଚନା କରିଥିବା ଆର୍ଜେଣ୍ଟେନୀୟ କିମ୍ବଦନ୍ତୀ ଡିଏଗୋ ମାରାଡୋନା ଶେଷରେ ପଶ୍ଚାତାପ କରିଛନ୍ତି। ଫିଫା ତାଗିଦ ପରେ ନିଜ କର୍ମ ପାଇଁ କ୍ଷମା ମାଗି ନେଇଛନ୍ତି। ଇଂଲଣ୍ଡ ମ୍ୟାଚ୍‌ରେ କଲମ୍ବିଆ ଖେଳାଳି ପକ୍ଷପାତିତାର ଶିକାର ହୋଇଥିଲେ ବୋଲି ମାରାଡୋନା ଅଭିଯୋଗ କରିବା ସହ ଗିଗର ବେସବଲ୍‌ ବିଷୟରେ ବହୁତ ଜାଣିଛନ୍ତି ହେଲେ ତାଙ୍କର ଆଦୌ ଫୁଟବଲ୍‌ ଜ୍ଞାନ ନାହିଁ ବୋଲି କହିଥିଲେ। ଏହାକରି ସେ ଗିଗରଙ୍କ ମ୍ୟାଚ୍‌ ପରିଚାଳନା ଦକ୍ଷତା ନେଇ ପ୍ରଶ୍ନ ଉଠାଇଥିଲେ। ଏପରିକି ଇଂଲଣ୍ଡ ବିଜୟକୁ ସେ ସ୍ମରଣୀୟ ଡକାୟତି ଭାବେ ବର୍ଣ୍ଣନା କରିଥିଲେ। ତାଙ୍କର ଏହି ମନ୍ତବ୍ୟକୁ କିନ୍ତୁ ଫିଫା ସହଜରେ ଗ୍ରହଣ କରି ନଥିଲା। ମାରାଡୋନାଙ୍କୁ ଫିଫା ପରୋକ୍ଷରେ ତାଗିଦ କରିଥିଲା। ଗୁରୁବାର ମାରାଡୋନା ଇନଷ୍ଟାଗ୍ରାମ ପୃଷ୍ଠାରେ ଏକ ଲେଖା ପ୍ରକାଶ କରି କ୍ଷମା ମାଗି ନେଇଛନ୍ତି।

ସମ୍ବନ୍ଧିତ ଖବର