ମାରାଥନ୍‌ ଧାବକଙ୍କ ମୃତ୍ୟୁ 

ଲଣ୍ଡନ୍‌: ଗତ ରବିବାର ଲଣ୍ଡନ୍‌ ମାରାଥନ୍‌ ବେଳେ ବେହୋସ ହୋଇଥିବା ମ୍ୟାଟ୍‌ କ୍ୟାମ୍ପ୍‌ବେଲ୍‌ଙ୍କ ଡାକ୍ତରଖାନାରେ ମୃତ୍ୟୁ ଘଟିଛି। ଆୟୋଜକ ପକ୍ଷରୁ ସୋମବାର ସୂଚନା ଦିଆଯାଇଛି। ୨୨.୫ ମାଇଲ୍‌ସ ଦୌଡ଼ିବାପରେ ୨୯ ବର୍ଷୀୟ କ୍ୟାମ୍ପବେଲ୍‌ ତଳେ ପଡ଼ିଯାଇଥିଲେ। ଡାକ୍ତରଖାନା ନେଲା ପରେ ତାଙ୍କର ଚିକିତ୍ସା ଆରମ୍ଭ ହୋଇଥିଲା। ଚିକିତ୍ସା ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଲା। ଚଳିତ ମାସରେ କ୍ୟାମ୍ପବେଲ୍‌ ମଞ୍ଚେଷ୍ଟର ମାରାଥନ୍‌କୁ ୩ ଘଣ୍ଟା ଭିତରେ ଶେଷ କରିଥିଲେ।

ସମ୍ବନ୍ଧିତ ଖବର