ମରେ-ସାଣ୍ଡ୍‌ସ ଜିତିଲେ ମିଶ୍ରିତ ଯୁଗଳ ଟ୍ରଫି

ନ୍ୟୁୟର୍କ: ବ୍ରିଟେନ୍‌ର ଜାମି ମରେ ଓ ଆମେରିକାର ବେଥାନି ମାଟେକ୍‌ ସାଣ୍ଡ୍‌ସ ଯୋଡ଼ି ଚଳିତ ବର୍ଷର ୟୁଏସ୍‌ ଓପନ୍‌ ମିଶ୍ରିତ ଯୁଗଳ ଟ୍ରଫି କରାୟତ କରିଛନ୍ତି। ରବିବାର ଫାଇନାଲ୍‌ରେ ଏହି ଯୋଡ଼ି ୨-୬, ୬-୩ ଓ ୧୧-୯ ଟାଇବ୍ରେକର୍‌ ସେଟ୍‌ରେ କ୍ରୋଏସିଆ-ପୋଲାଣ୍ଡ୍‌ ଯୋଡ଼ି ନିକୋଲା ମେକ୍‌ଟିକ୍‌ ଓ ଆଲିଜା ରୋସୋଲ୍‌ସ୍କାଙ୍କୁ ପରାସ୍ତ କରି ବିଜେତା ହୋଇଛନ୍ତି। ଏଥି ସହିତ ମାର୍ଟିନା ହିଙ୍ଗିସ୍‌ଙ୍କୁ ସାଥୀ କରି ଗତବର୍ଷ ଏଠାରେ ଟ୍ରଫି ଜିତିଥିବା ମରେ ବବ୍‌ ବ୍ରିୟାନ୍‌ (୨୦୦୩-୦୪)ଙ୍କ ପରେ ପ୍ରଥମ ଖେଳାଳି ଭାବେ ଲଗାତାର ଦୁଇଥର ୟୁଏସ୍‌ ଓପନ୍‌ ମିଶ୍ରିତ ଯୁଗଳ ବିଜେତା ହେବାର ସୌଭାଗ୍ୟ ପାଇଲେ।

ସମ୍ବନ୍ଧିତ ଖବର