ନୌସେନା ଓପନ୍‌ ଓ୍ଵିଣ୍ଡ ସର୍ଫିଂ:ଶେଖର, ଦିଲେଶଙ୍କୁ ସଫଳତା

କଟକ: ଗୋଆରେ ଶେଷ ହୋଇଥିବା ଭାରତୀୟ ନୌସେନା ଓପନ୍‌ ଓ୍ଵିଣ୍ଡ ସର୍ଫିଂ ପ୍ରତିଯୋଗିତାରେ କଟକର ଡି ଶେଖର ରାଓ ଓ ଏସ୍‌ ଦିଲେସ ରାଓଙ୍କୁ ସଫଳତା ମିଳିଛି। ରେସ୍‌ ବୋର୍ଡ ବିଭାଗରେ ଶେଖର ଦ୍ୱିତୀୟ ଓ ଦିଲେଶ ତୃତୀୟ ହୋଇଥିଲେ। ଏହି ପ୍ରତିଯୋଗିତାରେ ୧୯ ପ୍ରତିଯୋଗୀ ଥିଲେ ବି ପ୍ରଥମ ଦିନରୁ ୨ ଜଣ ଅଯୋଗ୍ୟ ଘୋଷିତ ହୋଇଥିଲେ। ସେମାନଙ୍କ ମଧ୍ୟରେ ପୁରୀ ଗୋପର ଶାହାବୁଦ୍ଦିନ୍‌ ଶାହା ମଧ୍ୟ ପ୍ରଥମରୁ ଅଯୋଗ୍ୟ ହୋଇଯାଇଥିଲେ। ଏଥିରେ ଗୋଆର ବରିଷ୍ଠ ଖେଳାଳି ଜାଡ୍‌ଭେକ୍‌ ପ୍ରଥମ ସ୍ଥାନରେ ରହିଥିଲେ। ଓଡ଼ିଶାର ଦୁଇ ସଫଳ ପ୍ରତିଯୋଗିଙ୍କୁ ରାଜ୍ୟ ୟାଚିଂ ସଂଘର ସମ୍ପାଦକ ସବିର ବକ୍ସ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧିତ ଖବର