ଅଷ୍ଟ୍ରେଲିଆ ଶୃଙ୍ଖଳା ପରେ ମର୍କେଲ୍‌ଙ୍କ ଅବସର

କେପ୍‌ଟାଉନ୍‌: ଦକ୍ଷିଣ ଆଫ୍ରିକା ଦ୍ରୁତ ବୋଲର ମର୍ନି ମର୍କେଲ୍‌ଙ୍କୁ ଆଉ ଅନ୍ତର୍ଜାତୀୟ କ୍ରିକେଟ୍‌ ପ୍ରତିଯୋଗିତାରେ ଦେଖିବାକୁ ମିଳିବନି। ମାର୍ଚ ୧ରୁ ଡର୍ବାନ୍‌ରୁ ଆରମ୍ଭ ହେବାକୁଥିବା ଅଷ୍ଟ୍ରେଲିଆ ବିପକ୍ଷ ୪ ଟକିଆ ଟେଷ୍ଟ୍‍ ଶୃଙ୍ଖଳା ତାଙ୍କ ଶେଷ ଅନ୍ତର୍ଜାତୀୟ ଶୃଙ୍ଖଳା ହେବ ବୋଲି ସୋମବାର ମର୍କେଲ କହିଛନ୍ତି। ଭାରତ ବିପକ୍ଷ ୨୦୦୬ ବକ୍ସିଂ ଟେଷ୍ଟ୍‍ରୁ ଅନ୍ତର୍ଜାତୀୟ ଜୀବନ ଆରମ୍ଭ କରିଥିବା ଏହି ୩୩ ବର୍ଷୀୟ ବାମହାତୀ ଦ୍ରୁତ ବୋଲର ୮୩ ଟେଷ୍ଟ୍‍, ୧୧୭ ଦିନିକିଆ ଓ ୪୪ ଟେ୍ଵଣ୍ଟି-୨୦ ମ୍ୟାଚ୍‌ ଖେଳି ୫୨୯ ଓ୍ଵିକେଟ୍‌ ଅକ୍ତିଆର କରିଛନ୍ତି। ବ୍ୟସ୍ତବହୁଳ ଅନ୍ତର୍ଜାତୀୟ ସୂଚୀ ଏବଂ ପରିବାର ମଧ୍ୟରୁ ମୋତେ ଗୋଟିକୁ ବାଛିବାକୁ ପଡ଼ିଥିଲା। ମୁଁ ପରିବାରକୁ ବାଛିଛି। ଏହା ମୋ ପାଇଁ କଠିନ ନିଷ୍ପତ୍ତି ଥିଲା। ଅବସର ନେବ ଲାଗି ମୋ ପାଇଁ ଏହା ଠିକ୍‌ ସମୟ। ସେଥିପାଇଁ ଆଜି ଅବସର ଘୋଷଣା କରୁଛି ବୋଲି ମର୍କେଲ୍‌ କହିଛନ୍ତି।

ସମ୍ବନ୍ଧିତ ଖବର