ଫିଲଡିଂ ସମୟରେ ଲାବୁସେନ୍‌ଙ୍କ ଖୋଲିଗଲା ପ୍ୟାଣ୍ଟ, ଏହା ସତ୍ତ୍ୱେ ବ୍ୟାଟସ୍‌ମ୍ୟାନ୍‌ଙ୍କୁ କଲେ ରନ୍‌ଆଡଟ୍‌

ନୂଆଦିଲ୍ଲୀ: କ୍ରିକେଟ ଏମିତି ଏକ ଖେଳ ଯାହାକୁ ନେଇ ପଡ଼ିଆରେ ଅନେକ ଅଘଟଣ ଘଟିବା ସହିତ ସମୟସମୟରେ ଏମିତି କିଛି ଦୃଶ୍ୟ ବି ଦେଖିବାକୁ ମିଳିଛି, ଯାହାକୁ ଦେଖି ଖେଳାଳିଙ୍କ ସମେତ ଦର୍ଶକ ବି ଠୋ ଠୋ ହୋଇ ହସିବାକୁ ଲାଗିଥାଆନ୍ତି।

 

View this post on Instagram

 

No pants, no worries for @marnus3 with this cheeky #MarshCup run-out 🤭

A post shared by cricket.com.au (@cricketcomau) on

ତେବେ ସମ୍ପ୍ରତି ଅଷ୍ଟ୍ରେଲିଆରେ ଚାଲିଥିବା ମାର୍ସ କପ୍‌ ସମୟରେ ଅଷ୍ଟ୍ରେଲିଆ କ୍ରିକେଟର ମାର୍ନସ ଲାବୁସେନ୍‌ଙ୍କ ସହିତ ଏମିତି କିଛି ଘଟଣା ଘଟିଥିଲା, ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଭିଡିଓକୁ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ନିଜ ହସ ଉପରେ ନିୟନ୍ତ୍ରଣ ରକ୍ଷା କରି ପାରୁ ନାହାନ୍ତି।

ଅଷ୍ଟ୍ରେଲିଆରେ ଚାଲୁଥିବା ମାର୍ସ କପ୍‌ରେ ଏହି ଘଟଣା ଘଟିଥିଲା। ରବିବାର କୁଇନସ୍‌ଲ୍ୟାଣ୍ଡ ଓ ଭିକ୍ଟୋରିଆ ମଧ୍ୟରେ ମ୍ୟାଚ ଚାଲୁଥିଲା। ଖେଳ ଚାଲିଥିବା ବେଳେ ମାର୍ନସ ଲାବୁସେନ୍‌ ଫିଲଡିଂ କରୁଥିବା ସମୟରେ ତାଙ୍କ ପ୍ୟାଣ୍ଟ  ଆକସ୍ମିକ ଭାବେ ଖୋଲି ଯାଇଥିଲା। ସେ ଏଭଳି ଅସ୍ୱଭାବିକ ପରିସ୍ଥିତିର ତିଳେମାତ୍ର ଖାତିର ନକରି ବଲ୍‌ ଫିଙ୍ଗି ବ୍ୟାଟିଂ କରୁଥିବା ସଦରଲ୍ୟାଣ୍ଡ ଟ୍ରିମ୍ୟାନ୍‌ଙ୍କୁ ରନ୍‌ ଆଡଟ୍‌ କରିଥିଲେ। ଏଥିରେ ଲାବୁସେନ୍‌ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ।

ସମ୍ବନ୍ଧିତ ଖବର