ଶ୍ରୀଲଙ୍କା ଦିନିକିଆ ଅଧିନାୟକ ପଦରୁ ମାଥ୍ୟୁସ୍‌ ବିଦା

କଲମ୍ବୋ: ଆଞ୍ଜିଲୋ ମାଥ୍ୟୁସ୍‌ ଶ୍ରୀଲଙ୍କା ଦିନିକିଆ ଦଳର ଅଧିନାୟକ ପଦରୁ ବିଦା ହୋଇଛନ୍ତି। ତାଙ୍କ ସ୍ଥାନରେ ଦିନିକିଆ ନେତୃତ୍ୱ ଟେଷ୍ଟ୍‍ ଅଧିନାୟକ ଦୀନେଶ ଚାନ୍ଦିମାଳଙ୍କୁ ମିଳିଛି। ୧୦ ମାସ ତଳେ ଦିନିକିଆ ଭାର ସମ୍ଭାଳିଥିବା ମାଥ୍ୟୁସଙ୍କ ଦଳ ଏସିଆ କପ୍‌ରେ ବାଂଲାଦେଶ ଓ ଆଫ୍‌ଗାନିସ୍ତାନଠୁ ହାରି ପ୍ରଥମ ପର୍ଯ୍ୟାୟରୁ ବିଦାୟ ନେଇଥିଲା। ଏହା ପରେ ସେ ସମାଲୋଚନାର ଶିକାର ହୋଇଥିଲେ। ଗତ ୧୮ ମାସରେ ଉୁପୁଲ ଥରଙ୍ଗା, ଲସିଥ ମାଲିଙ୍ଗା, ଚାମାରା କାପୁଗେନ୍ଦରା ଏବଂ ଥିସାରା ପେରେରା ଶ୍ରୀଲଙ୍କା ଦିନିିିକିଆ ଦଳର ଅଧିନାୟକ ଭାବେ ନିଯୁକ୍ତ ହୋଇ ସାରିଲେଣି। ହେଲେ କେହି ସଫଳାତା ପାଇ ନାହାନ୍ତି। ଏହା ମଧ୍ୟରେ ଦଳ ୪୦ ମ୍ୟାଚ୍‌ ଖେଳି ମାତ୍ର ୧୦ ବିଜୟ ପାଇଛି। ବିଶ୍ୱକପ୍‌ ଆଉ ୧୮ ମାସ ଥିଲା ଏହା ପୂର୍ବରୁ ଭଲ ଅଧିନାୟକ ପ୍ରସ୍ତୁତ ପାଇଁ ଚାନ୍ଦିମାଲଙ୍କୁ ଏହି ଦାୟିତ୍ୱ ଦିଆଯାଇଛି।

ସମ୍ବନ୍ଧିତ ଖବର