ସଫଳ ଲେଫ୍‌ଟି ସଚିନ ‘ଇଣ୍ଟର୍‌ ନ୍ୟାସ୍‌ନାଲ୍‌ ଲେଫ୍ଟ ହ୍ୟାଣ୍ଡର୍ସ ଡେ’ରେ କଲେ ଏହି ଟୁଇଟ୍‌

0 116

=ମୁମ୍ବାଇ: ଯଦିଓ ଆପଣ ଜାଣିଥିବେ ନିଶ୍ଚୟ ଆଜି ହେଉଛି ‘ଇଣ୍ଟର୍‌ ନ୍ୟାସ୍‌ନାଲ୍‌ ଲେଫ୍ଟ ହ୍ୟାଣ୍ଡର୍ସ ଡେ’। ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ ସଚିନ ତେନ୍ଦୁଲକର୍‌ ବି ଜଣେ ଲେଫ୍‌ଟି। ସଚିନ୍‌ ଏହି ଡେ’ ସଂପର୍କରେ ଟୁଇଟର୍‌ରେ ଏକ ଟୁଇଟ୍‌ କରିଛନ୍ତି ଯାହା ଏବେ ଖୁବ୍‌ ଚର୍ଚ୍ଚା ପାଲଟିଛନ୍ତି। ସଚିନ୍‌ ନିଜ ପେଜ୍‌ରେ ଟୁଇଟ୍‌ କରି ଲେଖିଛନ୍ତି ଯେ ‘ମେ ବି ଆଇ ଆମ୍‌ ଲେଫ୍ଟ-ହ୍ୟଣ୍ଡେଡ୍‌..ବଟ୍‌ ଆଇ ଆମ୍‌ ଅଲ୍‌େଓ୍ଵଜ୍‌ ରାଇଟ୍‌। ଅର୍ଥାତ, ‘ଯଦିଓ ମୁଁ ଜଣେ ବାମହାତୀ କିନ୍ତୁ ମୁଁ ସବୁବେଳେ ଠିକ୍‌’।

Panda Mobile only

ସେ ଏହି ଟୁଇଟ୍‌ ନିଜର ଏକ ଜିଆଇଏଫ୍‌ ସହ କରିଛନ୍ତି। ଜିଆଇଏଫ୍‌ରେ ଦେଖିବାକୁ ମିଳୁଛି ଯେ ସଚିନ ବାମ ହାତରେ ନିଜର ନାମ ଦସ୍ତଖତ କରୁଛନ୍ତି। ଶେଷରେ ସେ ଲେଫ୍ଟ ହ୍ୟାଣ୍ଡର୍ସ ଡେ’ ର ଶୁଭେଚ୍ଛା ଜଣାଇଛନ୍ତି।

ସଚିନଙ୍କର ଏହି ଟୁଇଟ୍‌ରେ ବହୁ ସଂଖ୍ୟକ ପ୍ରଶଂସକ ରିଟୁଇଟ୍‌ କରିଛନ୍ତି। କେହି କେହି ନିଜକୁ ଲେଫ୍ଟି ବୋଲି କହି ଖୁସି ଅନୁଭବ କରୁଛନ୍ତି ତ ଆଉ କେହି ନିଜ ପୁଅ ବି ଲେଫ୍‌ଟି ଓ ସେ ବି ସଚିନଙ୍କ ପରି ଖେଳାଳି ହେଉ ବୋଲି ଆଶା ପ୍ରକଟ କରିଥିବା ପରି ଟୁଇଟ୍‌ ସବୁ ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.