ସିଲି ପଏଣ୍ଟ୍‌: ଆସିତାଙ୍କ ହାତ ଧରିଲେ ମୟଙ୍କ

ନୂଆଦିଲ୍ଲୀ: କର୍ଣ୍ଣାଟକ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ମୟଙ୍କ ଅଗ୍ରଓ୍ଵାଲ ହାତକୁ ଦି ହାତ ହୋଇ ଯାଇଛନ୍ତି। ଦୀର୍ଘ ଦିନର ପ୍ରେମିକା ଆସିତା ସୁଦଙ୍କୁ ସେ ସୋମବାର ବୈଦିକ ରୀତି ନୀତିରେ ବିବାହ କରିଛନ୍ତି। ମୟଙ୍କଙ୍କ ରଣଜୀ ଦଳ ସାଥୀ ତଥା ଭାରତୀୟ ବ୍ୟାଟ୍ସମ୍ୟାନ୍‌ ଲୋକେଶ ରାହୁଲ୍‌ ନିଜ ଇନଷ୍ଟାଗ୍ରାମ୍‌ ପୃଷ୍ଠାରେ ନବ ଦମ୍ପତିଙ୍କ ଫଟୋ ପ୍ରକାଶ କରି ଏହି ବିଷୟରେ ସୂଚନା ଦେଇଛନ୍ତି। ମୟଙ୍କ ଚଳିତ ବର୍ଷ କିଙ୍ଗ୍ସ ଏକାଦଶ ପଞ୍ଜାବ ପାଇଁ ଆଇପିଏଲ୍‌ ଖେଳିଥିଲେ। ବର୍ଷ ପ୍ରାରମ୍ଭରେ ଆସିତାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ। ଯାହାକୁ ସେ ସାଦରେ ଗ୍ରହଣ କରି ନେଇଥିଲେ। ବିବାହ ଉତ୍ସବରେ ଉଭୟ ପରିବାର ସହ ନିକଟ ସମ୍ପର୍କୀୟମାନେ ଯୋଗ ଦେଇଥିଲେ। ଗତ ଘରୋଇ ଋତୁରେ ୨୦୦୦ ରନ୍‌ କରି ଚର୍ଚାକୁ ଆସିଥିବା ମୟଙ୍କ ଭାରତୀୟ ଦଳରେ ସ୍ଥାନ ପାଇ ନାହାନ୍ତି। ତେବେ ସେ ଭାରତ ‘ଏ’ ଦଳରେ ସ୍ଥାନ ପାଇ ଇଂଲଣ୍ଡ ଯିବାକୁ ମନୋନୀତ ହୋଇଛନ୍ତି।

ସମ୍ବନ୍ଧିତ ଖବର