ଏମ୍‌ବାପେଙ୍କ ପାଖରେ ପେଲେଙ୍କ ସମକକ୍ଷ ହେବାର କଳା

ମସ୍କୋ: କ୍ରୋଏସିଆ ବିପକ୍ଷ ବିଶ୍ୱକପ୍‌ ଫାଇନାଲ୍‌ ବିଜୟରେ ଫ୍ରାନ୍ସର ୧୯ ବର୍ଷୀୟ ଅଗ୍ରଭାଗ ଖେଳାଳି କିଲିଆନ୍‌ ଏମବାପେଙ୍କ ପ୍ରଦର୍ଶନ ଥିଲା ଉଚ୍ଚକୋଟୀର। ତାଙ୍କ ବଳିଷ୍ଠ ପ୍ରଦର୍ଶନକୁ ଦେଖିବା ପରେ ଅନେକ ତାଙ୍କୁ ବ୍ରାଜିଲୀୟ କିମ୍ବଦନ୍ତୀ ପେଲେଙ୍କ ତୁଳନା କରିବା ଆରମ୍ଭ କରି ଦେଲେଣି। କିଲିଆନ ମଧ୍ୟ ପେଲେଙ୍କ ପରେ ଦ୍ୱିତୀୟ ଟିନଏଜର ବା କିଶୋର ଭାବେ ବିଶ୍ୱକପ୍‌ ଫାଇନାଲରେ ଗୋଲ୍‌ କରିବାର କୀର୍ତ୍ତିମାନ କରିଛନ୍ତି। ତାଙ୍କୁ ଏଥିଲାଗି ବିଶ୍ୱକପର ଶ୍ରେଷ୍ଠ ଉଦୀୟମାନ ଖେଳାଳି ପୁରସ୍କାର ମିଳିଛି। ପେଲେ ୧୯୫୮ ମସିହାରେ ମାତ୍ର ୧୭ ବର୍ଷ ବୟସରେ ବିଶ୍ୱକପ୍‌ ଫାଇନାଲରେ ଗୋଲ୍‌ କରିଥିଲେ। ଏହା ପରେ ଦୀର୍ଘ ୧୨ ବର୍ଷ ଧରି ବ୍ରାଜିଲ ବିଶ୍ୱ ଫୁଟବଲରେ ଆଧିପତ୍ୟ ବିସ୍ତାର କରିଥିଲା। ଯାହା ୧୯୭୦ ମସିହା ଏକତରଫା ବିଶ୍ୱକପ୍‌ ବିଜୟରେ ଶେଷ ହୋଇଥିଲା। ଫ୍ରାନ୍ସ ପାଖରେ ଏମବାପେଙ୍କ ଭଳି ଖେଳାଳି ଥିବାରୁ ସେହି ଦଳ ଆସନ୍ତ ଏକ ଦଶନ୍ଧି ପର୍ଯ୍ୟନ୍ତ ବିଶ୍ୱ ଫୁଟବଲରେ ଆଧିପତ୍ୟ ବିସ୍ତାର କରିବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ଫୁଟବଲ୍‌ ପଣ୍ଡିତମାନେ ଭବିଷ୍ୟବାଣୀ କରିଛନ୍ତି।

ସମ୍ବନ୍ଧିତ ଖବର