ସେମିଫାଇନାଲ୍‌ରେ ଏମ୍‌ସିସି: ନିରୋଜ ସ୍ମାରକୀ ଓସ୍କାର କପ୍‌ କ୍ରିକେଟ୍‌

ଭୁବନେଶ୍ୱର: ଓସ୍କାର ଖେଳ ପଡ଼ିଆରେ ଚାଲିଥିବା ନବମ ନିରୋଜ ସ୍ମାରକୀ ଓସ୍କାର କପ୍‌ କ୍ରିକେଟ୍‌ ପ୍ରତିଯୋଗିତାର ସେମିଫାଇନାଲ୍‌ରେ ଏମ୍‌ସିସି ପହଞ୍ଚିଛି। ବୁଧବାର କ୍ୱାର୍ଟର ଫାଇନାଲ୍‌ରେ ଏହି ଦଳ ୮ ଓ୍ଵିକେଟ୍‌ରେ ବିବିସିସି ଦଳକୁ ପରାସ୍ତ କରିଥିଲା। ବିବିସିସି ନିର୍ଧାରିତ ୨୦ ଓଭରରେ ୪ ଓ୍ଵିକେଟ୍‌ ହରାଇ ୧୩୯ ରନ୍‌ କରିଥିଲା। ଜଗଜିତ ଦାସ ଅପରାଜିତ ୪୭ ରନ୍‌ କରିଥିଲା ବେଳେ ସୁଧାଂଶୁ ସ୍ୱାଇଁ ୨ ଓ୍ଵିକେଟ୍‌ ପାଇଥିଲେ। ଜବାବରେ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଅନୁରାଗ ବିଶ୍ୱାଳଙ୍କ ୬୭ ବଲ୍‌ରୁ ଅପରାଜିତ ୯୨ ରନ୍‌ ବଳରେ ଏମ୍‌ସିସି ୨ ଓ୍ଵିକେଟ୍‌ ବିନିମୟରେ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା। ଅଭିନନ୍ଦନ ଓ ରିୟାକତ ଅଲ୍ଲୀ ମ୍ୟାଚ୍‌ ପରିଚାଳନା କରିଥିଲେ। ଶୁକ୍ରବାର ତୃତୀୟ କ୍ୱାର୍ଟର ଫାଇନାଲ୍‌ ଓସ୍କାର୍‌ ଓ ସହିଦ ସ୍ପୋର୍ଟିଂ ମଧ୍ୟରେ ଖେଳାଯିବ।

ସମ୍ବନ୍ଧିତ ଖବର