ଡିଜିପିଙ୍କୁ ଭେଟିଲେ ବିଶ୍ୱ ଉଷୁ ରୌପ୍ୟ ବିଜେତା ବବୁଲୁ

କଟକ: ବ୍ରାଜିଲର ବ୍ରାସିଲିଆରେ ଅନୁଷ୍ଠିତ ସପ୍ତମ କନିଷ୍ଠ ବିଶ୍ୱ ଉଷୁ ପ୍ରତିଯୋଗିତାରେ ରୋପ୍ୟ ପଦକ ଜିତିଥିବା ବବୁଲୁ ମୁଣ୍ଡା ଶୁକ୍ରବାର ପୁଲିସ୍‌ ମହାନିର୍ଦେଶକ ଡକ୍ଟର ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଚଳିତ ମାସ ୯ରୁ ୧୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଉକ୍ତ ପ୍ରତିଯୋଗିତାର ୪୨ କିଗ୍ରା ବର୍ଗରେ ବବୁଲୁ ରୌପ୍ୟ ପଦକ ପାଇଥିଲେ। କେନ୍ଦୁଝର ଜିଲ୍ଲା ବଡ଼ବିଲ୍‌ରେ ଥିବା ସରକାରୀ ନୋଡାଲ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀରେ ବବୁଲୁ ପଢୁଥିବା ବେଳେ ଅତ୍ୟନ୍ତ ସଂଘର୍ଷ କରି ଏତେବାଟ ଆସିଥିବା କହିଛନ୍ତି। ପିଲାଦିନୁ ନିଜ ପିତାଙ୍କୁ ହରାଇବା ପରେ ଦାରିଦ୍ର୍ୟ ଭିତରେ ରହି ପ୍ରବଳ ଇଚ୍ଛାଶକ୍ତି ଓ କଠିନ ପରିଶ୍ରମ ଦ୍ୱାରା ବିଶ୍ୱସ୍ତରରେ ସେ ସଫଳତା ପାଇଛନ୍ତି। ଏଥିପାଇଁ ପୁଲିସ୍‌ ଡିଜି ଡକ୍ଟର ଶର୍ମା ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏହି ଅବସରରେ ରାଜ୍ୟ ପୁଲିସ୍‌ କ୍ରୀଡ଼ା ଅଧିକାରୀ ବିଭୂତି ଭୂଷଣ ପରିଡ଼ା ଓ ବବୁଲୁଙ୍କ ପ୍ରଶିକ୍ଷକ ପଙ୍କଜ କୁମାର ମହାତୋ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର