ସର୍ବ ଭାରତୀୟ ଲୁତୁରପଙ୍କ କ୍ରିକେଟ କପ୍‌: ଜୁଭେନାଇଲକୁ ୪ ଓ୍ଵିକେଟରେ ହରାଇ ସେମିରେ ମେହେତାବ୍‌ କ୍ଲବ

ଆସନ୍ତାକାଲି କଟକର ଆରସିସି-ଟାଟା ମଧ୍ୟରେ ମୁକାବିଲା 

ବୀରମହାରାଜପୁର: କଟକର ଜୁଭେନାଇଲକୁ ୪ ଓ୍ଵିକେଟରେ ହରାଇ ସମ୍ବଲପୁରର ମେହେତାବ୍‌ କ୍ଲବ ଦ୍ୱିତୀୟ ସେମିଫାଇନାଲରେ ପ୍ରବେଶ କରିଛି। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ଲୁତୁରପଙ୍କ ହାଇସ୍କୁଲ ପଡ଼ିଆରେ ଚାଲିଥିବା ୨୨ତମ ସର୍ବ ଭାରତୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟର ପୁଲ-ବି ମ୍ୟାଚରେ ମଙ୍ଗଳବାର ଟସ୍‌ ଜିଣି ଜୁଭେନାଇଲ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦଳ ୨୭.୪ ଓଭରରେ ସମସ୍ତ ଓ୍ଵିକେଟ ହରାଇ ୧୨୭ ରନ ସଂଗ୍ରହ କରିଥିଲା। ପଙ୍କଜ ସେନାପତି ସର୍ବାଧିକ ୫୪ ରନ୍‌ ଓ ରେସୁନ କୁମାର ୩୧ ରନ୍‌ ଯୋଡ଼ିଥିଲେ। ବିପକ୍ଷୀ ସମ୍ବଲପୁର ଦଳ ପକ୍ଷରୁ ଶେଖ୍‌ ଜାହାଙ୍ଗୀରଙ୍କୁ ୫ଟି(ମ୍ୟାନ ଅଫ୍‌ ଦ ମ୍ୟାଚ୍‌) ଓ ଦୀପେସ କୁମାରଙ୍କୁ ଗୋଟିଏ ଓ୍ଵିକେଟ ମିଳିଥିଲା।

ଦ୍ୱିତୀୟ ପାଳିରେ ୧୨୮ ରନ୍‌ର ବିଜୟ ଲକ୍ଷ୍ୟ ନେଇ ମେହେତାବ୍‌ କ୍ଲବ ୧୮.୩ ଓଭରରେ ୬ଟି ଓ୍ଵିକେଟ ହରାଇ ଏହାକୁ ପୂରା କରିବା ସହିତ ୨ୟ ସେମିଫାଇନାଲରେ ପ୍ରବେଶ କରିଛି। ଦଳ ପକ୍ଷରୁ ବିକାଶ ପ୍ରଧାନ ୩୬ ରନ୍‌ ଓ ପ୍ରବୀଣ ଲୁହା ୨୭ ରନ୍‌ ଯୋଡ଼ିଥିଲେ। ଜୁଭେନାଇଲ ପକ୍ଷରୁ ସୁମିତ ଶର୍ମା ୩ଟି ଓ ଅଧିନାୟକ ଏମ୍‌ଡି ସାହିଲ ୨ଟି ଓ୍ଵିକେଟ ଅକ୍ତିଆର କରିଥିଲେ। କଟକର ଆରସିସିି ଓ ଟାଟା ମଧ୍ୟରେ ବୁଧବାର ଖେଳାଯିବାକୁ ଥିବା ଟୁର୍ଣ୍ଣାମେଣ୍ଟର ୫ମ ମ୍ୟାଚର ବିଜେତା ସମ୍ବଲପୁରକୁ ଡିସେମ୍ବର ୨୮ରେ ଭେଟିବ।

ଶିକ୍ଷକ ପ୍ରାଣବନ୍ଧୁ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ସୁବର୍ଣ୍ଣପୁର ଏଡିଏମ୍‌ ବିଶ୍ୱନାଥ ବାରିକ, ରେଭିନ୍ୟୁ ସୁପରଭାଇଜର ଦେବରାଜ ବାଗ, ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଶିକ୍ଷକ ତଥା ଲେଖକ ଲକ୍ଷ୍ମୀନାରାୟଣ ସାହୁ, ବୀରମହରାଜପୁରସ୍ଥିତ ଅରବିନ୍ଦ ଶିକ୍ଷାକେନ୍ଦ୍ରର ପ୍ରତିଷ୍ଠାତା ମନୋରଞ୍ଜନ ଦାସ ଏବଂ ଟୁର୍ଣ୍ଣାମେଣ୍ଟର ସଂପାଦକ ପ୍ରଭାସ ଚନ୍ଦ୍ର ଦେଦୋକ୍ତା ଅତିଥି ଭାବେ ଉପସ୍ଥିତ ଥିଲେ। ଜୟପ୍ରକାଶ ସାହୁ ଓ ସୁନିଲ ପ୍ରଧାନ ପରିଚାଳନା କରିଥିବା ବେଳେ ବାଙ୍କବିହାରୀ ମହାକୁର ସ୍କୋରିଂ, ମ୍ୟାକମିଲନ ମହାକୁର ଓ ଆଶିଷ ଦେଓ ଧାରାବିବରଣୀ ପ୍ରଦାନ କରିଥିଲେ।

 

ସମ୍ବନ୍ଧିତ ଖବର