ପୁରୁଷ ହକି ଦଳର ଗୋଲ୍‌ ବର୍ଷା:ଇଣ୍ଡୋନେସିଆକୁ ୧୭-୦ରେ ହରାଇଲା

ଭୁବନେଶ୍ୱର ହକି ବିଶ୍ୱକପ୍‌ର ୧୦୦ ଦିନିଆ ଅବଗଣନାକୁ ସ୍ମରଣୀୟ କରି ଭାରତୀୟ ପୁରୁଷ ଦଳ ଅଷ୍ଟାଦଶ ଏସୀୟ କ୍ରୀଡ଼ାର ପ୍ରଥମ ମ୍ୟାଚ୍‌ରେ ଇଣ୍ଡୋନେସିଆକୁ ୧୭-୦ରେ ହରାଇ ଦେଇଛି। ସୋମବାରର ଏହି ଏକତରଫା ମୁକାବିଲାରେ ୩ ଜଣ ଭାରତୀୟ ଖେଳାଳି ଦିଲପ୍ରୀତ, ସିମରନଜିତ୍‌, ଓ ମନଦୀପ ସିଂହ ତିନିଟି ଲେଖାଏଁ ଗୋଲ୍‌ ଦେଇ ହ୍ୟାଟ୍ରିକ୍‌ ଅର୍ଜନ କରିଥିଲେ। ସେହିଭଳି ରୂପିନ୍ଦର ପାଲ ସିଂହ, ଆକଶଦୀପ ସିଂହ ଦୁଇଟି ଲେଖାଏଁ ଏବଂ ଏସ୍‌ ଭି ସୁନୀଲ, ବିବେକ ସାଗର, ଅମିତ ଓ ହରମନପ୍ରୀତ ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିଲେ।

ସମ୍ବନ୍ଧିତ ଖବର