ମେସି ବାର୍ସିଲୋନାର ନୂଆ ଅଧିନାୟକ

ବାର୍ସିଲୋନା: ନୂଆ ଋତୁ ପାଇଁ ବାର୍ସିଲୋନା ଲିଓନେଲ୍‌ ମେସିଙ୍କୁ ନୂଆ ଅଧିନାୟକ ନିଯୁକ୍ତ କରିଛି। ୨୦୧୫ଠାରୁ କ୍ଲବ୍‌ର ଉପଅଧିନାୟକ ରହି ଆସିଥିବା ମେସି ଏବେ ଆନ୍ଦ୍ରେ ଇନିସ୍ତାଙ୍କ ସ୍ଥାନ ନେବେ। ଜାଭି ହର୍ନାଣ୍ଡେଜ୍‌ କାତାର ପଳାଇବା ପରେ ଇନିସ୍ତା ୨୦୧୫ରୁ କ୍ଲବ୍‌ର ଅଧିନାୟକ ରହିଥିଲେ। ତେବେ ଇନିସ୍ତାଙ୍କ ଅନୁପସ୍ଥିତିରେ ୩୧ ବର୍ଷ ବୟସ୍କ ମେସି କ୍ଲବ୍‌ର ନେତୃତ୍ୱ ନେଇଥିଲେ ମଧ୍ୟ ଏବେ ସ୍ଥାୟୀ ଅଧିନାୟକ ଭାବେ ଅଭିଯାନ ଆରମ୍ଭ କରିବେ। ମେସି ଏହି କ୍ଲବ୍‌ ପକ୍ଷରୁ ସର୍ବକାଳୀନ ସର୍ବାଧିକ ସ୍କୋରର୍‌ ଭାବେ ୫୫୨ ଗୋଲ୍‌ କରିଛନ୍ତିି। ଅନ୍ୟପକ୍ଷରେ ସର୍ଗିଓ ବସ୍‌କ୍ୱେଟ୍‌ କ୍ଲବ୍‌ର ଦ୍ୱିତୀୟ ଅଧିନାୟକ ତଥା ମେସିଙ୍କ ପୂର୍ବ ସ୍ଥାନ ନେବେ। ସେହିପରି ଇନିସ୍ତା ଓ ମାସ୍‌କେରାନୋଙ୍କ ବିଦାୟ ଯୋଗୁଁ ଏବେ କ୍ଲବ୍‌ର ତୃତୀୟ ଓ ଚତୁର୍ଥ ଅଧିନାୟକ ପଦ ଖାଲି ରହିଛି। ସେଥିରେ ଗେରାଡ୍‌ ପିକ୍ୟୁ ଓ ସର୍ଗି ରବର୍ଟୋଙ୍କୁ ନିଯୁକ୍ତି ଦିଆଯିବ ବୋଲି କ୍ଲବ୍‌ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର