ମେସି-ରୋନାଲଡୋ ମୁହାଁମୁହିଁ ଆଶା

ମସ୍କୋ: ବିଶ୍ୱ ଫୁଟବଲର ଦୁଇ ମହାରଥୀ ଲିଓନେଲ ମେସି ଓ କ୍ରିଷ୍ଟିଆନୋ ରୋନାଲଡୋ କେବେ ବି ବିଶ୍ୱକପ୍‌ରେ ମୁହାଁମୁହିଁ ହୋଇ ନାହାନ୍ତି। ହେଲେ ଚଳିତ ମସ୍କୋ ବିଶ୍ୱକପରେ କିନ୍ତୁ ଏଭଳି ଆଶା ସଂଚାର ହୋଇଛି। ତେବେ ଏଥିଲାଗି ଆର୍ଜେଣ୍ଟିନା ଏବଂ ପର୍ତୁଗାଲକୁ ଆଉ ଗୋଟିଏ ଲେଖାଏଁ ବିଜୟ ହାସଲ କରିବାକୁ ହେବ। ଅର୍ଥାତ୍‌ ଆର୍ଜେଣ୍ଟିନା ଯଦି ପ୍ରି-କ୍ୱାର୍ଟର ଫାଇନାଲରେ ଫ୍ରାନ୍ସକୁ ପରାସ୍ତ କରେ ଏବଂ ପର୍ତୁଗାଲ ପ୍ରଥମ ବିଜେତା ଉରୁଗୁଏକୁ ମାତ୍‌ ଦିଏ, ତାହାଲେ କ୍ୱାର୍ଟର ଫାଇନାଲରେ ଫୁଟବଲ୍‌ ପ୍ରେମୀ ମେସି-ରୋନାଲଡୋ ମହାଲଢ଼େଇ ଦେଖିବାର ସୁଯୋଗ ପାଇବେ। ଚଳିତ ବିଶ୍ୱକପ୍‌ର ଲିଗ୍‌ ପର୍ଯ୍ୟାୟରେ କିନ୍ତୁ ମେସିଙ୍କ ତୁଳନାରେ ରୋନାଲ୍ଡୋ ଯଥେଷ୍ଟ ଭଲ କରିଛନ୍ତି। ସ୍ପେନ୍‌ ବିପକ୍ଷରେ ହ୍ୟାଟ୍ରିକ୍‌ ଅର୍ଜନ କରିବା ସହ ମରକ୍କୋ ବିପକ୍ଷରେ ସେ ଗୋଟିଏ ଗୋଲ୍‌ ଦେଇ ସାରିଛନ୍ତି। ଅନ୍ୟ ପକ୍ଷରେ ଆର୍ଜେଣ୍ଟିନାର ପ୍ରଥମ ତିନିଟି ମ୍ୟାଚ୍‌ରେ ମେସି ମାତ୍ର ଗୋଟିଏ ଗୋଲ୍‌ ଦେଇଛନ୍ତି। ନାଇଜେରିଆ ବିପକ୍ଷ ଏହି ଗୋଲ୍‌ କିନ୍ତୁ ଆର୍ଜେଣ୍ଟିନା ପାଇଁ ବରଦାନ ସାବ୍ୟସ୍ତ ହୋଇଥିଲା। ଆର୍ଜେଣ୍ଟିନା ଏହି ମ୍ୟାଚ୍‌ ଜିତି ପ୍ରି-କ୍ୱାର୍ଟରରେ ପ୍ରବେଶ କରିଥିଲା।

ସମ୍ବନ୍ଧିତ ଖବର