ମିକୁଙ୍କ ଯୁଗଳରେ ବେଙ୍ଗାଲୁର୍‌ ବିଜୟୀ

ପୁନେ: ମ୍ୟାଚ୍‌ର ୫୬ତମ ମିନିଟ୍‌ରେ ୧୦ ଜଣରେ ଖେଳିଥିବା ଘରୋଇ ପୁନେ ଏଫ୍‌ସିକୁ ୩-୧ରେ ହରାଇ ବେଙ୍ଗାଲୁରୁ ଏଫ୍‌ସି ଚଳିତ ଇଣ୍ଡିଆନ୍‌ ସୁପର୍‌ ଲିଗ୍‌ (ଆଇଏସ୍‌ଏଲ୍‌)ର ୧୦ ଦଳୀୟ ପଏଣ୍ଟ ଟେବୁଲ୍‌ରେ ଶୀର୍ଷ ସ୍ଥାନକ୍‌ୁ ଅଧିକ ଦୃଢ଼ କରିଛି। ଛତ୍ରପତି ଶିବାଜୀ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ଏହି ମ୍ୟାଚ୍‌ରେ ମିକୁ ଏକା ୨ଟି ଗୋଲ୍‌ ଦେଇଥିଲେ। ଆଦିଲ ଖାନ୍‌ ୩୫ ତମ ମିନିଟ୍‌ରେ ଘରୋଇ ପୁନେକୁ ଆଗୁଆ କରାଇଥିଲେ। ଭେନେଜୁଏଲା ତାରକା ମିକୁ ୬୪ ଓ ୭୮ ମିନିଟ୍‌ରେ ଦୁଇଟି ଗୋଲ୍‌ ଦେବା ପରେ ଶେଷ ମିନିଟ୍‌ରେ ଭାରତୀୟ ଅଧିନାୟକ ସୁନୀଲ ଛେତ୍ରୀ ଦଳର ଶେଷ ଗୋଲ୍‌ଟି ଦେଇଥିଲେ। ୫ ମ୍ୟାଚ୍‌ରୁ ଦଳ ୪ ବିଜୟ ହାସଲ କରିଛି।

ସମ୍ବନ୍ଧିତ ଖବର