ମିଲରଙ୍କ ଦ୍ରୁତତମ ଟେ୍ଵଣ୍ଟି-୨୦ ଶତକ

ବାଂଲାଦେଶକୁ ଦଳିଲା ଦକ୍ଷିଣ ଆଫ୍ରିକା

ଲାହୋର: ଲାହୋରରେ ଶ୍ରୀଲଙ୍କାର ଅବସ୍ଥା ଯାହା ହୋଇଛି। ପୋଚେଫ୍‌ଷ୍ଟ୍ରମରେ ବାଂଲାଦେଶ ଅବସ୍ଥା ଠିକ୍‌ ତାହା ହୋଇଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେ୍ଵଣ୍ଟି-୨୦ରେ ୨୦ ରନ୍‌ରେ ପରାଜିତ ହୋଇଥିବା ବାଂଲାଦେଶ ରବିବାର ଦ୍ୱିତୀୟ ମୁକାବିଲାକୁ ୮୩ ରନ୍‌ରେ ହାରିଛି। ଫଳରେ ଦୁଇ ଟିକିଆ ଶୃଙ୍ଖଳାରେ ୦-୨ରେ ପରାସ୍ତ ହୋଇଛି। ପ୍ରଥମ ଭଳି ଦ୍ୱିତୀୟ ଟେ୍ଵଣ୍ଟି-୨୦ରେ ମଧ୍ୟ ଘରୋଇ ଦକ୍ଷିଣ ଆଫ୍ରିକା ଭ୍ରମଣକାରୀ ବାଂଲାଦେଶକୁ ପୂରା ଦଳି ଦେଇଛି। ଦକ୍ଷିଣ ଆଫ୍ରିକା ଆଜି ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିଲା। ତେବେ ଡେଭିଡ୍‌ ମିଲରଙ୍କ ଧୂଆଁଧାର ଶତକ (୧୦୧*, ୩୬ ବଲ୍‌, ୭ ଚୌକା, ୯ ଛକା) ଏବଂ ହାସିମ ଆମଲା (୮୫, ୫୧ ବଲ୍‌, ୧୧ ଚୌକା, ୧ ଛକା)ଙ୍କ ବିସ୍ଫୋରକ ଅର୍ଧଶତକ ବଳରେ ନିର୍ଧାରିତ ୨୦ ଓଭରରେ ୪ ଓ୍ଵିକେଟ୍‌ ହରାଇ ୨୨୪ ରନ୍‌ କରିଥିଲା। ଏହାର ଜବାବରେ ବାଂଲାଦେଶ ୧୮.୩ ଓଭରରେ ସମସ୍ତ ଓ୍ଵିକେଟ୍‌ ହରାଇ ମାତ୍ର ୧୪୧ ରନ୍‌ କରି ପାରିଥିଲା। ମିଲର ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ମିଲର ମାତ୍ର ୩୫ ବଲ୍‌ରୁ ଶତକ ପୂରଣ କରି ଟେ୍ଵଣ୍ଟି-୨୦ରେ ଦ୍ରୁତତମ ଶତକ ହାସଲ କରିବାର ବିଶ୍ୱ କୀର୍ତ୍ତିମାନ କରିବା ଏହି ମ୍ୟାଚ୍‌କୁ ଦକ୍ଷିଣ ଆଫ୍ରିକା ପାଇଁ ଆହୁରି ସ୍ମରଣୀୟ କରି ଦେଇଥିଲା ସେହିଭଳି ଦକ୍ଷିଣ ଆଫ୍ରିକା କୌଣସି ଦଳ ବିପକ୍ଷରେ ଟେଷ୍ଟ (୨-୦), ଦିନିକିଆ (୩-୦) ସହ ଟେ୍ଵଣ୍ଟି-୨୦ ଶୃଙ୍ଖଳା (୨-୦)କୁ ପୋଛିବାର କୀର୍ତ୍ତିମାନ ମଧ୍ୟ ହାସଲ କରିଥିଲା।

ସମ୍ବନ୍ଧିତ ଖବର