ସାଧାରଣ ଭୁଲ ପାଇଁ ହାରିଲୁ: ଶଙ୍କରଲାଲ୍‌

ସୁପର୍‌ କପ୍‌ର ସେମିଫାଇନାଲରୁ ବିଦାୟ ଦେବା ପରେ ମୋହନ ବାଗାନ୍‌ ପ୍ରଶିକ୍ଷକ ଶଙ୍କରଲାଲ୍‌ ଚକ୍ରବର୍ତୀ ନିଜ ଉପରକୁ ଦୋଷ ନେଇଥିଲେ ମଧ୍ୟ ଅତି ସାଧାରଣ ତଥା ମୂର୍ଖତାପୂର୍ଣ୍ଣ ଭୁଲ୍‌ ପାଇଁ ହାରିଲୁ ବୋଲି ପ୍ରକାଶ କରିଛନ୍ତି। ବେଙ୍ଗାଲୁରୁ ଦେଇଥିବା ପ୍ରଥମ ଗୋଲ୍‌ଟି ଆମ ଖେଳାଳିଙ୍କ ସାଧାରଣ ଭୁଲରୁ ହୋଇଥିଲା। ଏହି ଗୋଲ୍‌ ପରେ ସେମାନେ ଏହାର ଫାଇଦା ଉଠାଇ ଆକ୍ରମଣ କରିଥିଲେ ଏବଂ ଦଳର ରଣକୌଶଳ ଘନ ଘନ ବଦଳାଇ ସଫଳ ହେଲେ ବୋଲି ଶଙ୍କରଲାଲ୍‌ ପ୍ରକାଶ କରିଛନ୍ତି। ବେଙ୍ଗାଲୁରୁକୁ ଆମେ ପେନାଲ୍‌ଟି ବକ୍ସ ଅଞ୍ଚଳରେ ବ୍ଲକ୍‌ କରିବାର ଯୋଜନା ରହିଥିଲା। ଏଥିରେ ଆମେ ପ୍ରଥମାର୍ଧରେ ସଫଳ ହୋଇଥିଲେ ମଧ୍ୟ ଦ୍ୱିତୀୟାର୍ଧରେ ସେମାନେ ଭଲ ଖେଳିଥିଲେ। ସମ୍ଭବତଃ ମୁଁ ମୋ ଖେଳାଳିଙ୍କୁ ଠିକଣାଭାବେ ମାର୍ଗଦର୍ଶନ କରିପାରି ନଥିବାରୁ ସେମାନେ ସାଧାରଣ ଭୁଲ କଲେ ବୋଲି ଶଙ୍କରଲାଲ ସ୍ୱୀକାର କରିଥିଲେ।

ସମ୍ବନ୍ଧିତ ଖବର