ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୧୮: ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣପଦକ ଜିଣିଲେ ମୀରାବାଈ ଚାନୁ

ଗୋଲ୍ଡ୍‌ କୋଷ୍ଟ୍‍: ଗୁରୁବାର ଦିନ ୨୧ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମୀରାବାଈ ଚାନୁ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଜିଣିଛନ୍ତି। ଏକ ଉଲ୍ଲେଖନୀୟ ପ୍ରଦର୍ଶନରେ ଚାନୁ ରାଜ୍ୟଗୋଷ୍ଠୀ ଏବଂ କ୍ରୀଡ଼ା ରେକର୍ଡ ଭଙ୍ଗ କରି ତିନୋଟି ଉଦ୍ୟମରେ(୮୦ କେ. ଜି., ୮୪ କେ. ଜି. ଏବଂ ୮୬ କେ. ଜି) ଏହି ସଫଳତା ହାସଲ କରିଛନ୍ତି।

ତା’ପରେ ସେ ନିଜ ଶରୀର ଓଜନର ଦୁଇଗଣ (୧୦୩ କେ. ଜି., ୧୦୭ କେ. ଜି. ଏବଂ ୧୧୦ କେ. ଜି) ତିନି ସଫଳ ଉଦ୍ୟମରେ ହାସଲ କରି ହାରାହାରି ଗେମ୍‌ ରେକର୍ଡ ଭଙ୍ଗ କରିଥିଲେ।

ସମ୍ବନ୍ଧିତ ଖବର