‘ମିଶନ୍‌ ରୂପକୁଣ୍ଡ’ ଅଭିଯାତ୍ରୀ ଦଳକୁ ଭବ୍ୟ ସ୍ୱାଗତ

(ଇମିସ): ଉତ୍ତରାଖଣ୍ଡର ରହସ୍ୟମୟୀ ରୂପକୁଣ୍ଡ ହ୍ରଦ ‘‘ମିଶନ୍‌ ରୂପକୁଣ୍ଡ’’ ଅଭିଯାନ ସଫଳତାର ସହ ଶେଷ କରି ଫେରିଆସିଥିବା ୮ ଜଣିଆ ଓଡ଼ିଶା ଦଳକୁ ଭବ୍ୟ ସ୍ୱାଗତ କରାଯାଇଛି। ସୁଶାନ୍ତ ଦାସ, ଦୁର୍ଗାମାଧବ ମହାପାତ୍ର, ସୋମନାଥ ଖଟୁଆ, ଅମୃତେନ୍ଦୁ ବରାଳ, ଅଜିତ ପାଢ଼ୀ, ସ୍ୱର୍ଣ୍ଣଲତା ଦଳେଇ, ରଞ୍ଜିତା ବେହେରା ଓ ଅନନ୍ୟା ମହାନ୍ତିଙ୍କୁ ନେଇ ଗଠିତ ଅଭିଯାତ୍ରୀ ଦଳ ସୋମବାର ବିଳମ୍ବିତ ରାତିରେ ଭୁବନେଶ୍ୱର ରେଳଷ୍ଟେସନ୍‌ରେ ପହଞ୍ଚିବା ପରେ ବନ୍ୟପ୍ରାଣୀ ସଂରକ୍ଷଣ ସମିତି ପକ୍ଷରୁ ଅବସରପ୍ରାପ୍ତ ବନସେବା ଅଧିକାରୀ ଭାଗିରଥୀ ବେହେରା, ନନ୍ଦନକାନନ ବନ୍ୟପ୍ରାଣୀ ସଂରକ୍ଷଣ ଅଧିକାରୀ କମଳଲୋଚନ ପୁରୋହିତ, ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଅଧିକାରୀ ସଂଜୀବ ମଙ୍ଗରାଜଙ୍କ ସମେତ ଅନେକ ବନ୍ୟପ୍ରାଣୀବିତ୍‌ ଓ ଦୁଃସାହସିକ କ୍ରୀଡ଼ାପ୍ରେମୀ ଉପସ୍ଥିତ ରହି ଅଭିଯାତ୍ରୀମାନଙ୍କୁ ସ୍ୱାଗତ ଜଣାଇଥିଲେ।

ସମ୍ବନ୍ଧିତ ଖବର