ମିଷ୍ଟର୍‌ ଭୁବନେଶ୍ୱର ସୁନ୍ଦରସ୍ୱାସ୍ଥ୍ୟ ପ୍ରତିଯୋଗିତା ଉଦ୍‌ଯାପିତ

ଭୁବନେଶ୍ୱର: ସ୍ଥାନୀୟ ଉତ୍କଳ କରାଟେ ସ୍କୁ୍‌ଲ ପରିସରରେ ମିଷ୍ଟର୍‌ ଭୁବନେଶ୍ୱର ଜିଲ୍ଲାସ୍ତରୀୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ରବିବାର ସମ୍ପନ୍ନ ହୋଇଛି। ଭୁବନେଶ୍ୱରର ବିଭିନ୍ନ ଜିମ୍ନାସିୟମ୍‌ ଏବଂ କ୍ଲବ୍‌ରୁ ପ୍ରାୟ ୫୫ ଜଣ ଏଥିରେ ଭାଗ ନେଇଥିଲେ। ୫୫ କିଲୋରେ ସିଦ୍ଧାନ୍ତ ସାମନ୍ତରାୟ, ଦେବେନ୍ଦ୍ର ମାଝୀ, ରାଇମନ୍‌ ନାୟକ, ୬୦ କିଲୋରେ ନାରାୟଣ ବାରିକ, ସୋନୁ ଶ୍ରେଷ୍ଠ, ବିଶ୍ୱଜିତ ନାୟକ, ୬୫ କିଲୋରେ ମଳୟ ବସନ୍ତ ପାଢ଼ୀ, ବସନ୍ତ ଆଲୋକ, ସୁବିନୟ ବାଜପେୟୀ, ୭୦ କିଲୋରେ ପ୍ରମୋଦ କୁମାର ସ୍ୱାଇଁ, ସଂଜୀପ ରାଉତ, ୭୫ କିଲୋରେ ସଂଗ୍ରାମ ରାଉତ, ଅଭିକେ କର, ଅକ୍ଷୟ ନାୟକ, ୮୦ କିଲୋରେ ରଂଶ୍ମି ରଂଜନ ସାହୁ, ସତ୍ୟବ୍ରତ ମହାନ୍ତି, ଶିଶିର କୁମାର ବିଶ୍ୱାଳ କ୍ରମାନ୍ଵୟରେ ପ୍ରଥମ ୩ ସ୍ଥାନରେ ରହିଥିଲେ।

୮୫ କିଲୋରେ ସୁରଜ କୁମାର ସିଂହ, ଦିବାକର ପଣ୍ଡା ପ୍ରଥମ ଦୁଇ ସ୍ଥାନ ଏବଂ ୯୦ କିଲୋରେ ଛୁଟ୍‌କୁ ଦତ୍ତ ଶ୍ରେଷ୍ଠ ବିବେଚିତ ହୋଇଥିଲେ। କୃତି କ୍ରୀଡ଼ାବିତ୍‌ମାନେ ବ୍ରହ୍ମପୁରଠାରେ ଫେବ୍ରୁଆରି ୧୦ ଓ ୧୧ ତାରିଖରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସୁନ୍ଦରସ୍ୱାସ୍ଥ୍ୟ ପ୍ରତିଯୋଗିତା ମିଷ୍ଟର୍‌ ଓଡ଼ିଶାରେ ଭୁବନେଶ୍ୱରର ପ୍ରତିନିଧିତ୍ୱ କରିବେ। ରବିବାର ପୁରସ୍କାର ବିତରଣ ଉତ୍ସବରେ ଓଡ଼ିଶା ଓଡ଼ିଶା ବଡ଼ି ବିଲ୍‌ଡିଂ ସଂଘ ସଭାପତି ଇଂ ଚିତ୍ତରଂଜନ ସ୍ୱାଇଁ, ସାଧାରଣ ସମ୍ପାଦକ ପ୍ରସନ୍ନ ମହାସୁଆର, ମୁଖ୍ୟ ଉପଦେଷ୍ଠା ଡକ୍ଟର ହରି ପ୍ରସାଦ ପଟ୍ଟନାୟକ, ବରିଷ୍ଠ ପ୍ରଶିକ୍ଷକ ସୁରେନ୍ଦ୍ର ନାଥ ଗୌଡ଼ ଉପସ୍ଥିତ ଥିଲେ। ରାଜ୍ୟ ବିଚାରକ ପ୍ରଫୁଲ୍ଲ ଗୁରୁଙ୍କ ସହିତ ବାବୁଲି ସ୍ୱାଇଁ, ଜିତେନ୍ଦ୍ର କୁମାର ଜେନା, ଗୌତମ ବେହେରା, ଭାବନୀ ଶଙ୍କର ସାହୁ, ଦିବାକର ପ୍ରହରାଜ, ବିନୋଦ କୁମାର ମହାରଣା, ବିବେକାନନ୍ଦ ବାରିକ ପ୍ରମୁଖ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର