ଅନ୍ତର୍ଜାତୀୟ ସାମରିକ କଳା କ୍ରୀଡ଼ା: ମିତେଶଙ୍କୁ ସ୍ୱର୍ଣ୍ଣ, ପ୍ରସାଦଙ୍କ ରୌପ୍ୟ

ଭୁବନେଶ୍ୱର: ଥାଇଲାଣ୍ଡର ବ୍ୟାଙ୍କକ୍‌ରେ ଚାଲିଥିବା ତୃତୀୟ ଅନ୍ତର୍ଜାତୀୟ ସାମରିକ କଳା ପ୍ରତିଯୋଗିତାରେ ୧୯ ଜଣିଆ ଭାରତୀୟ ଦଳ ଉଲ୍ଲେଖନୀୟ ପ୍ରଦର୍ଶନ କରି ଅଧାଡ଼ଜନରୁ ଊର୍ଧ୍ୱ ପଦକ ଜିତିଛନ୍ତି। ତେବେ ଓଡ଼ିଶାର ମିତେଶ କୁମାର ପତି କିକ୍‌ ବକ୍ସିଂରେ ସ୍ୱର୍ଣ୍ଣ ପଦକ ଜିତି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଡବଲ୍ୟୁକେଏ କେ-୧ ଗ୍ଲୋରି ଫାଇଟ୍‌ର ଫାଇନାଲ୍‌ରେ ମିତେଶ ତାଙ୍କ ଆମେରିକୀୟ ପ୍ରତିଦ୍ୱନ୍ଦ୍ୱୀଙ୍କ ବିପକ୍ଷରେ ବିଜୟୀ ହୋଇ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ। ସେହିଭଳି ପ୍ରସାଦ କୁମାର ନାୟକ ରୌପ୍ୟ ପଦକ ଜିତିଥିଲେ। ବ୍ୟାଙ୍କକ୍‌ର ନିମୁବୁୁର ଷ୍ଟାଡିୟମ୍‌ରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ଗ୍ରାଣ୍ଡମାଷ୍ଟର୍‌ ସୁଧାଂଶୁ ଶେଖର ହରିଚନ୍ଦନଙ୍କ ନେତୃତ୍ୱରେ ଏକ ୧୯ ଜଣିଆ ଭାରତୀୟ ଦଳ ପ୍ରତିନିିଧିତ୍ୱ କରିଛନ୍ତି। ଏଥିରେ ଓଡ଼ିଶା ଓ କିଟ୍‌ ବିଶ୍ୱବିଦ୍ୟାଳୟ ସମେତ ଆସାମ ପୁଲିସ୍‌, ପଣ୍ଡିଚେରୀ, ତେଲେଙ୍ଗାନା, ମହାରାଷ୍ଟ୍ର, ଦିଲ୍ଲୀ ଓ ପଶ୍ଚିମବଙ୍ଗର ଖେଳାଳି ଭାଗ ନେଇଛନ୍ତି। ଭାରତ ୧ ସ୍ୱର୍ଣ୍ଣ, ୬ ରୌପ୍ୟ ଏବଂ ୨ କାଂସ୍ୟ ସହିତ ମୋଟ ୯ ପଦକ ଜିତି ସାରିଛି। ଅନ୍ୟତମ ଓଡ଼ିଆ କୁମାର ଦେବଦତ୍ତ ଏହି ପ୍ରତିଯୋଗିତାରେ ଅଫିସିଆଲ୍‌ ଭାବେ ମଧ୍ୟ ଭାଗ ନେଇଛନ୍ତି।

ସମ୍ବନ୍ଧିତ ଖବର