ନୂଆଦିଲ୍ଲୀ: ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ପାଇଁ ଆସନ୍ତା ୨୨ ତାରିଖରୁ ଆରମ୍ଭ ହେଉଥିବା ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦୁଇ ଟିକିଆ ଟେଷ୍ଟ୍ ଶୃଙ୍ଖଳାରେ ଏକାଧିକ ବିଶ୍ବ କୀର୍ତ୍ତିମାନ କରିବାର ସୁଯୋଗ ରହିବ। ଅଧିନାୟକ ଭାବେ ୧୮ ଶତକ ଅର୍ଜନ କରିଥିବା କୋହଲି ଆଉ ଗୋଟିଏ ଶତକ ହାସଲ କଲେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂ (୧୯)ଙ୍କ ସମକକ୍ଷ ହେବେ। ଏହି ତାଲିକାର ପ୍ରଥମ ସ୍ଥାନରେ କିନ୍ତୁ ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଗ୍ରେମ୍ ସ୍ମିଥ୍ ଅଛନ୍ତି। ସ୍ମିଥ୍ ଅଧିନାୟକ ଭାବେ ୧୦୯ ଟେଷ୍ଟ୍ ଖେଳି ୨୫ ଶତକ ଅର୍ଜନ କରିଛନ୍ତି। ସେଥିମଧ୍ୟରୁ ୧୭ ଶତକ ସେ ବିଦେଶ ମାଟିରେ ଅର୍ଜନ କରିଛନ୍ତି। କୋହଲି ମଧ୍ୟ ଏହି ଶୃଙ୍ଖଳାରେ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ କୀର୍ତ୍ତିମାନ ସମକକ୍ଷ ହୋଇ ପାରିବେ। ଧୋନି ଅଧିନାୟକ ଭାବେ ଭାରତକୁ ୨୭ ଟେଷ୍ଟ୍ରେ ବିଜୟୀ କରାଇଛନ୍ତି। କୋହଲି ଏବେ ୪୬ ମ୍ୟାଚ୍ରୁ ୨୬ ବିଜୟ ସହ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ଏଣୁ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦୁଇ ଟିକିଆ ଶୃଙ୍ଖଳାକୁ ୨-୦ରେ ପୋଛିଲେ ସେ ଧୋନିଙ୍କର ଏହି କୀର୍ତ୍ତିମାନକୁ କାଟିବେ। ୧-୦ରେ ଶୃଙ୍ଖଳା ଜିତିଲେ ଧୋନିଙ୍କ ସହ ସମକକ୍ଷ ହେବେ। ସେହିଭଳି ୨୦୧୫ ମସିହା ପରେ ସର୍ବାଧିକ ଟେଷ୍ଟ୍ ଶତକ ଅର୍ଜନରେ ମଧ୍ୟ କୋହଲି ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଷ୍ଟିଭେନ ସ୍ମିଥ୍ଙ୍କୁ ଟପି ପାରିବେ। ୨୦୧୫ ପରଠାରୁ ସ୍ମିଥ୍ ୪୧ ଟେଷ୍ଟ୍ର ୭୨ ପାଳିରୁ ୧୮ ଶତକ ଅର୍ଜନ କରିଛନ୍ତି। କୋହଲି ୪୫ ଟେଷ୍ଟ୍ର ୭୪ ପାଳିରୁ ୧୬ ଶତକ କରିଛନ୍ତି। ଏହି ସମୟ ମଧ୍ୟରେ ଇଂଲଣ୍ଡର ଜୋ ରୁଟ୍ ୬୧ ଟେଷ୍ଟ୍ର ୧୧୩ ପାଳିରୁ ୧୧ ଶତକ ହାସଲ କରିଛନ୍ତି। ମୋଟ ରନ୍ରେ କୋହଲି ଦୁଇ ପ୍ରମୁଖ ପ୍ରତିଦ୍ବନ୍ଦ୍ବୀ ରୁଟ୍ ଓ ସ୍ମିଥ୍ଙ୍କ ପଛକୁ ତୃତୀୟ ସ୍ଥାନରେ ରହିଛନ୍ତି।
ଏକାଧିକ କୀର୍ତ୍ତିମାନ ଦ୍ବାରରେ କୋହଲି: ଧୋନି, ପଣ୍ଟିଂ, ସ୍ମିଥ୍ଙ୍କୁ ଟପିବା ସୁଯୋଗ
/sambad/media/post_attachments/wp-content/uploads/2019/01/kohali.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)