ଦକ୍ଷିଣ ଆଫ୍ରିକା ଦଳକୁ ଫେରିଲେ ମୋରିସ୍‌

କେପ୍‌ଟାଉନ୍‌: କେପ୍‌ଟାଉନ୍‌ରେ ଜାନୁଆରି ୫ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଭାରତ ବିପକ୍ଷ ପ୍ରଥମ ଟେଷ୍ଟ୍‍ ପାଇଁ ଘରୋଇ ଦକ୍ଷିଣ ଆଫ୍ରିକା ଦଳ ଘୋଷିତ ହୋଇଛି। ଅସୁସ୍ଥତା ଯୋଗୁ ଜିମ୍ବାେଓ୍ଵ ଶୃଙ୍ଖଳା ଖେଳିପାରିନଥିବା ଫାଫ୍‌ ଡୁପ୍ଲେସିସ୍‌ ଦଳକୁ ଫେରିବା ସହିତ ଏବି ଡିଭିଲିୟର୍ସଙ୍କଠୁ ଅଧିନାୟକ ପଦ ଫେରିପାଇଛନ୍ତି। ଅନ୍ୟପକ୍ଷରେ ଇଂଲଣ୍ଡ ବିପକ୍ଷ ଶୃଙ୍ଖଳା ବେଳେ ଆହତ ଯୋଗୁଁ ଗତ ଜୁଲାଇ ମାସରୁ କୌଣସି ଆନ୍ତର୍ଜାତିକ କ୍ରିକେଟ୍‌ ଖେଳିନଥିବା ଅଲ୍‌ରାଉଣ୍ଡର କ୍ରିସ୍‌ ମୋରିସ୍‌ ଟେଷ୍ଟ ଦଳକୁ ଫେରିଛନ୍ତି। ଏହି ଦୁଇ ଜଣଙ୍କ ବ୍ୟତୀତ ଅସୁସ୍ଥତା ଯୋଗୁଁ ଜିମ୍ବାେଓ୍ଵ ବିପକ୍ଷ ୪ ଦିନିଆ ବକ୍ସିଂ ଡେ ଟେଷ୍ଟରେ ଖେଳିପାରିନଥିବା ଦ୍ରୁତ ବୋଲର ଡେଲ୍‌ ଷ୍ଟେନ୍‌ ମଧ୍ୟ ଭାରତ ବିପକ୍ଷ ଶୃଙ୍ଖଳା ପାଇଁ ଦଳରେ ସାମିଲ ହୋଇଛନ୍ତି। ତେଣୁ ଯଥେଷ୍ଟ ସଂଖ୍ୟକ ଦ୍ରୁତ ବୋଲର ଏବଂ ଏକ ପୂର୍ଣ୍ଣ ଶକ୍ତିସଂପନ୍ନ ଦଳ ନେଇ ଘରୋଇ ଦଳ ଭାରତ ବିପକ୍ଷ ଟେଷ୍ଟ ଶୃଙ୍ଖଳାକୁ ଓହ୍ଲାଉଥିବା ଆଭାସ ମିଳିଯାଇଛି। ଶୁକ୍ରବାର ଘୋଷିତ ୧୫ ଜଣିଆ ଦଳରେ ପ୍ରାୟ ସମସ୍ତ ଶୀର୍ଷସ୍ତରୀୟ ଖେଳାଳିଙ୍କୁ ଦକ୍ଷିଣ ଆଫ୍ରିକା ସାମିଲ କରିଛି।

ଦଳ: ଫାଫ୍‌ ଡୁ’ପ୍ଲିସିସ୍‌ (ଅଧିନାୟକ), ହାସିମ ଆମ୍‌ଲା, ଟେମ୍ବା ବଭୁମା, କ୍ୱିଣ୍ଟନ୍‌ ଡି’କକ୍‌, ଥିଉନିସ୍‌ ଡି’ବ୍ରୁନ୍‌, ଏବି ଡି’ଭିଲିୟର୍ସ, ଡିନ୍‌ ଏଲ୍‌ଗାର, କେଶବ ମହାରାଜ, ଏଦିନ୍‌ ମର୍କରାମ, ମର୍ନି ମର୍କେଲ, କ୍ରିସ୍‌ ମୋରିସ, ଅନ୍ଦିଲେ ଫେଲୁକଓ୍ଵାୟୋ, ଭେର୍ନନ୍‌ ଫିଲାଣ୍ଡର, କାଗିସୋ ରବାଦା, ଡେଲ୍‌ ଷ୍ଟେନ୍‌।

ସମ୍ବନ୍ଧିତ ଖବର