ମା’ ବେଙ୍ଗଲି, ବାପା ଇଟାଲି: ଜେଜେବାପା ଭାରତ ପାଇଁ ଖେଳିଥିଲେ

ସିରିଏଲୋଙ୍କର ଭାରତ ସହ ଭାବନାତ୍ମକ ସଂପର୍କ ରହିଛି। ତାଙ୍କ ଜେଜେ ବାପା ରୁଡୋ‌ଲ୍ଫ ପାଚେକୋ ଜଣେ ଆଙ୍ଗ୍‌ଲୋ ଇଣ୍ଡିଆନ୍ ଥିଲେ। ଇଂରେଜ ସରକାରଙ୍କ ଅଧୀନରେ ସୀମା ଶୁକ୍ଳ ବିଭାଗରେ କାମ କରୁଥିବା ବେଳେ ଭାରତ ପାଇଁ ହକି ଖେଳିଥିଲେ। ସିରିଏଲୋଙ୍କ ମା’ ସୁଜାନଙ୍କ ଜନ୍ମ କୋଲକାତାରେ ହୋଇଥିଲା। ପରବର୍ତୀ ସମୟରେ କିନ୍ତୁ ରୁଡୋଲ୍ଫ ସପରିବାର ଅଷ୍ଟ୍ରେଲିଆ ଚାଲିଯାଇ ସେଠାରେ ସ୍ଥାୟୀ ଭାବେ ବସବାସ ଆରମ୍ଭ କରିଥିଲେ। ସିରିଏଲୋଙ୍କ ଇଟାଲୀୟ ପିତା ଲୁ ସିରିଏଲୋ ସେଠାରେ ହିଁ ରୁଡୋଲ୍ଫଙ୍କଠାରୁ ହକି ଶିଖୁଥିଲେ। ପରେ ସୁଜାନଙ୍କ ସହ ତାଙ୍କର ସଂପର୍କ ଗଢ଼ି ଉଠିଥିଲା ଏବଂ ଉଭୟ ବିବାହ କରି ନେଇଥିଲେ। ଏଣୁ ସିରି‌ଏଲୋ ନିଜକୁ ଅଧା-ଇଟାଲୀୟ ଏବଂ ଅଧା ଭାରତୀୟ ବୋଲି ଦାବି କରନ୍ତି। ଏକ ହକି ପରିବାରରେ ଜନ୍ମ ହୋଇଥିବା ସିରିଏଲୋ ୨୦୦୮ରେ ଅଷ୍ଟ୍ରେଲିଆ ପାଇଁ ହକି ଖେଳିବା ଆରମ୍ଭ କରିଥିଲେ। ୨୦୧୪ ନେଦରଲାଣ୍ଡ ବିପକ୍ଷ ବିଶ୍ବକପ୍ ଫାଇନାଲରେ ସେ ଏକାକି ତିନିଟି ଗୋଲ୍ ଦେଇଥିଲେ। ଫଳରେ ଅଷ୍ଟ୍ରେଲିଆ ୬-୧ରେ ବିଜୟୀ ହୋଇ ପୁଣି ଥରେ ବିଶ୍ବ ବିଜୟୀ ହୋଇଥିଲା।

ସମ୍ବନ୍ଧିତ ଖବର