ବିମାନକୁ ଅପେକ୍ଷା କରି ତଳେ ଶୋଇ ପଡ଼ିଲେ ଧୋନୀ ଏବଂ ପତ୍ନୀ ସାକ୍ଷୀ, ଭାଇରାଲ ହେଉଛି ଫଟୋ

ଚେନ୍ନାଇ : ବିଭିନ୍ନ ସମୟରେ ଚେନ୍ନାଇ ସୁପର କିଙ୍ଗ୍‌ସର କ୍ୟାପ୍‌ଟେନ୍‌ ମହେନ୍ଦ୍ର ସିଂହ ଧୋନୀଙ୍କ ସୋସିଆଲ ମିଡିଆରେ ଫଟୋ ଏବଂ ଭିଡିଓ ଭାଇରାଲ ହୋଇଥିବା ଦେଖା ଯାଇଥାଏ । କେତେବେଳେ ନିଜ ପରିବାର ସହ ତ କେତେବେଳେ ଖେଳ ପଡ଼ିଆରେ ଖେଳୁଥିବା ସମୟର ଭିଡିଓ ଏବଂ ତାଙ୍କର ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ । ଏବେ ପୁଣି ମହେନ୍ଦ୍ର ସିଂହ ଧୋନୀଙ୍କ ଆଉ ଏକ ଫଟୋ ଭଇରାଲ ହୋଇଛି । ଯେଉଁଥିରେ ସେ ତଳେ ଶୋଇଥିବା ଦେଖା ଯାଇଛି । ତାଙ୍କ ସହ ତାଙ୍କ ପତ୍ନୀଙ୍କ ସାକ୍ଷୀ ଧୋନୀ ମଧ୍ୟ ତଳେ ଶୋଇଥିବା ଦେଖା ଯାଇଛି । ଧୋନୀ ଏହି ଫଟୋ ଅପ୍‌ଲୋଡ୍‌ କରି ଭୋର୍‌ ସମୟରେ ବିମାନରେ ଯାତ୍ରା କରିବାକୁ ଥିଲେ ଏଭଳି ଘଟିଥାଏ ବୋଲି ଲେଖିଛନ୍ତି ।

 

View this post on Instagram

 

After getting used to IPL timing this is what happens if u have a morning flight

A post shared by M S Dhoni (@mahi7781) on

ସୂଚନା ମୁତାବକ, ଗୁରୁବାର ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଖେଳିବା ପାଇଁ ଚେନ୍ନାଇ ସୁପର କିଙ୍ଗ୍‌ସକୁ ସକାଳୁ ଜୟପୁରରେ ପହଞ୍ଚିବାକୁ ଥିବା ବେଳେ ଖୁବ୍‌ ଶୀଘ୍ର ବିମାନବନ୍ଦରରେ ପହଞ୍ଚି ବିମାନକୁ ଅପେକ୍ଷା କରି ଧୋନୀ ଏବଂ ତାଙ୍କ ପତ୍ନୀ ତଳେ ଶୋଇ ପଡ଼ିଥିଲେ ବୋଲି ଜଣା ପଡ଼ିଛି । ଏ ସମୟରେ ସାଥୀ ଖେଳାଳୀମାନେ ଦୁହିଁଙ୍କ ଫଟୋ ନେବା ପରେ ଧୋନୀ ନିଜ ଇନ୍‌ଷ୍ଟା ଆକାଉଣ୍ଟରେ ଏହାକୁ ସେୟାର କରିଥିଲେ ।

ସମ୍ବନ୍ଧିତ ଖବର