ଧୋନୀ ପାଳିଲେ ୩୭ ତମ ଜନ୍ମଦିନ, ପତ୍ନୀ ସାକ୍ଷୀ, ଝିଅ ଜିଭା ଓ ସାଥୀ ଖେଳାଳିଙ୍କ ସହ କାଟିଲେ କେକ୍‌

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ ତଥା ଜଣାଶୁଣା କ୍ରିକେଟର ମହେନ୍ଦ୍ର ସିଂ ଧୋନୀଙ୍କ ଆଜି ତାଙ୍କର ୩୭ ତମ ଜନ୍ମଦିନ ପାଳନ କରିଛନ୍ତି। ବର୍ତ୍ତମାନ ଇଂଲଣ୍ଡ ଗସ୍ତରେ ଭାରତୀୟ ଦଳ ସହ ଥିବା ଧୋନୀ ନିଜର ସହ-ଖେଳାଳି ଓ ପତ୍ନୀ ସାକ୍ଷୀ ଓ ଝିଅ ଜିଭା ସହ ଜନ୍ମଦିନ ପାର୍ଟି କରିଛନ୍ତି।

ଧୋନୀଙ୍କର ଭାରତୀୟ କ୍ରିକେଟ ଜଗତରେ ରହିଛି ଭିନ୍ନ ଗୁରୁତ୍ବ। ତାଙ୍କ ଅଧିନାୟକତ୍ବରେ ଦୀର୍ଘ ୨୮ ବର୍ଷ ପରେ ଭରାତ ବିଶ୍ବକପ୍ କପ ଜିତିଥିଲା । ଏହା ସହ ସେ ଭାରତକୁ ଟି-୨୦ ଓ ଟେଷ୍ଟରେ ମଧ୍ୟ ୧ ନମ୍ବର ଦଳ କରାଇଛନ୍ତି । ଧୋନି ଏବେ ଭାରତୀୟ ଟିମ୍‌ ସହ ଇଂଲଣ୍ଡ ଗସ୍ତରେ ଅଛନ୍ତି । ଶୁକ୍ରବାର ଦିନ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ ସରିବା ପରେ ସେ ତାଙ୍କ ପତ୍ନୀ ସାକ୍ଷୀ, ଝିଅ ଜିଭା ଓ କିଛି ସାଥୀ ଖେଳାଳିଙ୍କ ସହ ମିଶି କେକ୍‌ କାଟିଥିଲେ । ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ହାର୍ଦ୍ଦିକ ପାଣ୍ଡ୍ୟା ଓ କୁନାଲ ପ୍ୟାଣ୍ଡ୍ୟାଙ୍କୁ ଦେଖିବାକୁ ମିଳିଥିଲା ।

୩୭ ତମ ଜନ୍ମଦିନରେ ଇଂଲଣ୍ଡ ସହ ଦ୍ୱିତୀୟ ଟି-୨୦ ଖେଳିବାକୁ ପଡିଆକୁ ଓହ୍ଲାଇଥିଲେ ଧୋନୀ । ଏହି ମ୍ୟାଚ୍‌ ଖେଳିବା ସହ ସେ ତାଙ୍କ ଜୀବନରେ ୫୦୦ ଅର୍ନ୍ତରାଷ୍ଟ୍ରୀୟ ମ୍ୟାଚ୍ ଖେଳିବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ଧୋନୀ ଏହି ସ୍ଥାନରେ ପହଞ୍ଚିବାରେ ତୃତୀୟ ଭାରତୀୟ। ତାଙ୍କ ପୂର୍ବରୁ ସଚିନ ତେନ୍ଦୁଲକର (୬୬୪) ଓ ରାହୁଲ ଦ୍ରାଭିଡ (୫୦୯) ମ୍ୟାଚ ଖେଳିଛନ୍ତି । ଧୋନୀ ୯୨ ଟି-୨୦, ୯୦ଟି ଟେଷ୍ଟ ଓ ୩୧୮ ଟି ଏକଦିବସୀୟ ମ୍ୟାଚ ଖେଳି ସାରିଛନ୍ତି । ଟେଷ୍ଟରୁ ସନ୍ୟାସ ନେଇ ସାରିଥିବା ଧୋନୀ ଟେଷ୍ଟରେ ୪୮୭୬ ରନ୍‌, ଏକଦିବସୀୟରେ ୯୯୬୭ ରନ୍‌ ଓ ଟି-୨୦ରେ ୧୪୫୫ ରନ୍‌ କରିଛନ୍ତି ।

ସମ୍ବନ୍ଧିତ ଖବର