ଅଭିନେତ୍ରୀଙ୍କ ପ୍ରେମରେ ପଡ଼ି ଲମ୍ବା କେଶ କାଟିଲେ ଏମ୍‌ଏସ୍‌ ଧୋନି!

ନୂଆଦିଲ୍ଲୀ: ଲମ୍ବା କେଶ ପାଇଁ ଏକଦା କ୍ରିକେଟ ପ୍ରେମୀଙ୍କ ପାଇଁ ଚର୍ଚ୍ଚାରେ ଥିଲେ ଟିମ୍‌ ଇଣ୍ଡିଆର ଅନ୍ୟତମ ସଫଳ ଅଧିନାୟକ ମହେନ୍ଦ୍ର ସିଂହ ଧୋନି। କ୍ରିକେଟର ପଦାର୍ପଣ ଦିନରେ ଲମ୍ବା କେଶ ଧରି ଦୀର୍ଘ ସର୍ଟ ମାରୁଥିବା ଏମ୍‌ଏସ୍‌ ଧୋନି କ୍ୟାରିୟରର କିଛି ବର୍ଷ ପରେ ଏହାକୁ କାଟି ଦେଇଥିଲେ। ହଠାତ୍‌ କେଶ କାଟିଦେବା ପରେ ମଧ୍ୟ ଚର୍ଚ୍ଚାର ପରିଧିକୁ ଆସିଥିଲେ ରାଞ୍ଚିର ଏହି କ୍ରିକେଟର। ଧୋନି ଲମ୍ବା କେଶକୁ କାହିଁକି କାଟି ଥିଲେ, ତାହା ଏବେ ମଧ୍ୟ ରହସ୍ୟ ଭିତରେ ରହିଛି।

ଫିଲ୍ମ ଓ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଏକଦା ଚର୍ଚ୍ଚା ଚାଲିଥିଲା ଯେ, ଖେଳ ଓ ଲମ୍ବା କେଶକୁ ନେଇ ବ୍ୟସ୍ତ ରହୁଛନ୍ତି। କୁହାଯାଉଥିଲା, ଷ୍ଟାର କ୍ରିକେଟର ଧୋନି ବଲିଉଡ଼ର ଲୋକପ୍ରିୟ ଅଭିନେତ୍ରୀ ଦୀପିକା ପାଦୁକୋଣଙ୍କ ପ୍ରେମରେ ପଡ଼ିଥିଲେ। ଧୋନିଙ୍କ ନେତୃତ୍ୱରେ ୨୦୦୭ରେ ଭାରତ ଟି-୨୦ ବିଶ୍ୱ କପ ଚମ୍ପିଅନ ହୋଇଥିଲା। ସେହି ବର୍ଷ ଦୀପିକା ପାଦୁକୋଣ ‘ଓମ୍‌ ଶାନ୍ତି ଓମ୍‌’ ମାଧ୍ୟମରେ ବଲିଉଡରେ ପ୍ରବେଶ କରିଥିଲେ।

ଧୋନିଙ୍କ ନେତୃତ୍ୱରେ ୨୦୦୭ରେ ଭାରତ ଟି-୨୦ ବିଶ୍ୱ କପ ଚମ୍ପିଅନ ହୋଇଥିଲା। ସେହି ବର୍ଷ ଦୀପିକା ପାଦୁକୋଣ ‘ଓମ୍‌ ଶାନ୍ତି ଓମ୍‌’ ମାଧ୍ୟମରେ ବଲିଉଡରେ ପ୍ରବେଶ କରିଥିଲେ। ଧୋନି କ୍ରିକେଟ ମ୍ୟାଚ ଦେଖିବା ପାଇଁ ଦୀପିକାଙ୍କୁ ନିମନ୍ତ୍ରଣ ମଧ୍ୟ କରିଥିଲେ ବୋଲି ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲା। ଏହି ମ୍ୟାଚ ପରେ ଧୋନି ଓ ଦୀପିକାଙ୍କ ଘନିଷ୍ଠତା ବଢ଼ିବାକୁ ଲାଗି ଥିଲା।

ଏକଦା ଧୋନି ମ୍ୟାଚ ଦେଖିବା ପାଇଁ ଦୀପିକାଙ୍କୁ ନିମନ୍ତ୍ରଣ ମଧ୍ୟ କରିଥିଲେ ବୋଲି ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲା। ଏହି ମ୍ୟାଚ ପରେ ଧୋନି ଓ ଦୀପିକାଙ୍କ ଘନିଷ୍ଠତା ବଢ଼ିବାକୁ ଲାଗି ଥିଲା। ତାଙ୍କର ପ୍ରେମ କାହାଣୀ ଗଣମାଧ୍ୟମ ଦ୍ୱାରା ଲୋକଲୋଚକୁ ଆସି ନ ଥିଲେ ମଧ୍ୟ ଦର୍ଶକ ଅନେକ ଥର ବିଭିନ୍ନ କାର୍ଯ୍ୟକ୍ରମରେ ଦେଖିବାକୁ ପାଇଥିଲେ।

ଏମିତି ବି ଚର୍ଚ୍ଚା ହେଉଥିଲା ଯେ, ଧୋନିଙ୍କର ଲମ୍ବା କେଶ ଦୀପିକାଙ୍କୁ ପସନ୍ଦ ହେଉ ନ ଥିଲା। ଶେଷରେ ବାଧ୍ୟ ହୋଇ ଧୋନି ଲମ୍ବା କେଶକୁ ତ୍ୟାଗ କରିଥିଲେ। ଧୋନି ଓ ଦୀପିକାଙ୍କ ସମ୍ପର୍କ ବେଶି ଦିନ ପର୍ଯ୍ୟନ୍ତ ତିଷ୍ଠି ପାରି ନ ଥିଲା। ଧୋନି ଜାଣିବାକୁ ପାଇଲେ ଯେ, ଯୁବରାଜଙ୍କ ପ୍ରେମରେ ପଡ଼ିଛନ୍ତି ଦୀପିକା। କିନ୍ତୁ ଉଭୟ ଧୋନି ଓ ଦୀପିକା ଏହାକୁ ସ୍ୱୀକାର କରି ନାହାନ୍ତି।

ସମ୍ବନ୍ଧିତ ଖବର