ଚର୍ଚ୍ଚାରେ ଧୋନୀଙ୍କ ସାଇକେଲ ଷ୍ଟଣ୍ଟ୍‌,ଭାଇରାଲ୍‌ ହେଉଛି ଭିଡିିଓ

ରାଞ୍ଚି : ଇଂଲଣ୍ଡ ବିରୋଧରେ ଟି-୨୦ ଓ ଏକଦିବସୀୟ ସିରିଜ ଖେଳିବା ପରେ ଏବେ ରାଞ୍ଚିସ୍ଥିତ ନିଜ ବାସଭବନରେ ଛୁଟି କଟାଉଛନ୍ତି ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ । ଘରେ ଥିବା ସମୟରେ ସେ ନିଜର ଏବଂ ନିଜ ପ୍ରଶଂସକଙ୍କ ମନୋରଞ୍ଜନ ପାଇଁ ଏକ ସାଇକେଲ ଷ୍ଟଣ୍ଟ କରିଥିବା ଦେଖା ଯାଇଛି । ସବୁ ବେଳେ ସୋସିଆଲ ମିଡ଼ିଆରେ ସକ୍ରିୟ ରହୁଥିବା ଧୋନୀ ନିଜର ସାଇକେଲ ଷ୍ଟଣ୍ଟ ଭିଡ଼ିଓକୁ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରିବା ସହ କେବଳ ମଜା ପାଇଁ ସେ ଏହା କରିଛନ୍ତି ଓ ଆପଣ ଏହାକୁ କରି ପାରିବେ ବୋଲି ଲେଖିଛନ୍ତି । ଏହି ଭିଡିିଓରେ ଧୋନୀ ଏକ ଚଷମା ପିନ୍ଧିବା ସହ ହେଡ଼୍‍ଫୋନ ଲଗାଇଥିବାର ଦେଖା ଯାଇଛି ।

 ଷ୍ଟଣ୍ଟ ଆରମ୍ଭ କରିବା ପୂର୍ବରୁ ସେ ନିଜ ପାଟିରେ ଏକ କାଠପଟା ରଖିବା ସହ ନିଜ ଚାରି ପାଖରେ ଏକ ଚାରି କଣିଆ କାଠ ରଖିଥିବା ଦେଖିବାକୁ ମିଳିଛି । ସବୁ ପ୍ରସ୍ତୁତି ପରେ ସାଇକେଲ ପେଡ଼ାଲ ନ ମାରି ସେ ଆଗକୁ ବଢ଼ୁଛନ୍ତି । ନିଜର ମନୋରଞ୍ଜନ ପାଇଁ ଧୋନୀ କରୁଥିବା ଏହି ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି ।

ସମ୍ବନ୍ଧିତ ଖବର