ସାଥୀ କ୍ରିକେଟରଙ୍କ ଫୋନ୍‌ କାହିଁକି ଉଠାନ୍ତି ନାହିଁ ଧୋନୀ? ଖୁଲାସା କଲେ କ୍ୟାପଟେନ୍‌ କୁଲ୍‌

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟର ତଥା ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ନିଜ ଇଚ୍ଛାରେ ଜୀବନ ଜିଇଥାନ୍ତି। ପେସାଦାର ଜୀବନ ସହ ନିଜ ବ୍ୟକ୍ତିଗତ ଜୀବନରେ ମଧ୍ୟ ସେ ନିଜ ସର୍ତ୍ତ ଅନୁସାରେ ବଞ୍ଚିବାକୁ ଭଲ ପାଇଥାନ୍ତି। ନିଜକୁ ସବୁ ବେଳେ ଶାନ୍ତ ରଖୁଥିବା ଧୋନୀ ଫୋନଠାରୁ ନିଜକୁ ଦୂରରେ ରଖିବାକୁ ଭଲ ପାଉଥିବା ସହ ଟେକ୍ନୋଲୋଜିଠାରୁ ଯେତେ ସମ୍ଭବ ନିଜକୁ ଦୂରେଇ ରଖିଥାନ୍ତି ।

DNA India

କିଛି ଦିନ ତଳେ ସେ ମୁମ୍ବାଇରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କାହିଁକି ସେ ନିଜ ସାଥୀ କ୍ରିକେଟରଙ୍କ ଫୋନ ଉଠାନ୍ତି ନାହିଁ ସେ ବିଷୟରେ ଜଣାଇଥିଲେ । ପୂର୍ବରୁ ଅନେକ ଥର ଠିକ୍‌ ସମୟରେ ଧୋନୀ ଫୋନ ଉଠାନ୍ତି ନାହିଁ ବୋଲି ଅଭିଯୋଗ ହୋଇଥିବା ବେଳେ ଏବେ ଏହାର ପଛର କାରଣ କହିଛନ୍ତି ଧୋନୀ । ଟେକ୍ନୋଲୋଜି ଏବଂ ମୋ ମଧ୍ୟରେ ଏକ ଲମ୍ବା ଦୂରତା ରହିଛି । ଯେତେ ସମ୍ଭବ ମୁଁ ମୋ ଫୋନକୁ ନିଜଠାରୁ ଦୂରରେ ରଖିଥାଏ । ଯେଉଁଥି ପାଇଁ ମୋତେ ନେଇ ଅନେକ ଥର ଫୋନ ନ ଉଠାଇବାର ଅଭିଯୋଗ ହୋଇଛି । କିନ୍ତୁ ବେଳେ ବେଳେ ମୁଁ ମୋ ଖେଳିବା ସମୟରେ ଭିଡ଼ିଓ ଦେଖିଲେ ଟେକ୍ନୋଲୋଜିକୁ ଆମକୁ କେତେ ସୁବିଧା ଯୋଗାଇଛି ବୋଲି ଭାବେ । ମୋ ଭିଡ଼ିଓ ଦେଖି ମୁଁ ଏହା ଠାରୁ ଅଧିକ ଭଲ ଖେଳି ପାରିବି ବୋଲି ମୋର ଆତ୍ମବିଶ୍ୱାସ ବଢ଼ିଥାଏ । ମୁଁ ଟେକ୍ନୋଲୋଜିର ଠିକ୍‌ ବ୍ୟବହାର କରେ । ଅଜଥା ଜିନିଷ ପାଇଁ ମୁଁ ଟେକ୍ନୋଲୋଜି ବ୍ୟବହାର କରିବା ପାଇଁ ପସନ୍ଦ କରେ ନାହିଁ ।

ସମ୍ବନ୍ଧିତ ଖବର