ସାମ୍ନାକୁ ଆସିଲା ମହେନ୍ଦ୍ର ସିଂହ ଧୋନିଙ୍କ ନୂଆ ଲୁକ୍‌, ଭାଇରାଲ ହେଲା ଭିଡିଓ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ନୂଆ ଲୁକ୍‌ ଭାଇରାଲ ହୋଇଛି । କ୍ରିକେଟରୁ କିଛି ଦିନ ବୀରତି ନେଇ ସେ ସେନା ଯବାନଙ୍କ ସହ ରହିଥିଲେ । ୧୫ଦିନ ଲେପ୍ଟନାଣ୍ଡ କର୍ଣ୍ଣେଲର ପଦ ସମ୍ଭାଳିବା ପରେ ଏବେ ସେ ବାକି ଥିବା କାମ କରିବାରେ ଲାଗି ପଡ଼ିଛନ୍ତି । ଅଧାରେ ଥିବା ବିଭିନ୍ନ ବିଜ୍ଞାପନର ସୁଟିଂ କରିବାରେ ବ୍ୟସ୍ତ ଅଛନ୍ତି ଧୋନି ।

ତେବେ ଏ ମଧ୍ୟରେ ତାଙ୍କର ନୂଆ କମାଣ୍ଡୋ ଲୁକ୍‌ ସାମ୍ନାକୁ ଆସିଛି । ମୁଣ୍ଡରେ କଳା ରଙ୍ଗର କପଡ଼ା ବାନ୍ଧିଥିବାର ଏକ ଭିଡିଓ ଭାଇରାଲ ହୋଇଛି । ପୂର୍ବରୁ ଧୋନୀଙ୍କ ଏଭଳି ଲୁକ୍‌ ତାଙ୍କ ପ୍ରଶଂସକମାନେ ଦେଖି ନଥିଲେ । ନୂଆ କରି ଧୋନିଙ୍କ ଏଭଳି ଲୁକ୍‌ ଦେଖି ପ୍ରଶଂସକମାନେ ପ୍ରଶଂସାର ସୁଅ ଛୁଟାଇଛନ୍ତି । ସେନା କ୍ୟାମ୍ପରୁ ଫେରି ସେ ମୁମ୍ବାଇ ଯାଇଥିଲେ । ସେଠାରେ ସେ ସାଇନ୍‌ କରିଥିବା ବିଜ୍ଞାପନର ସୁଟିଂ ସମାପ୍ତ କରି ଫେରିଥିଲେ । ଯାହାର କିଛି ଝଲକ ପୂର୍ବରୁ ଭାଇରାଲ ହୋଇଥିଲା ।

ସମ୍ବନ୍ଧିତ ଖବର