ମୁମ୍ବାଇର ବିଶାଳ ବିଜୟ, ୧୦୨ ରନରେ ହାରିଲା କୋଲକତା

କୋଲକତା : ସ୍ଥାନୀୟ ଇଡେନ ଗାଡେନ୍ସଠାରେ ·ଲିଥିବା ଆଇପିଏଲ ୨୦୧୮ର ୪୦ ତମ ଲିଗ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଏକ ବିଶାଳ ବିଜୟ ହାସଲ କରିଛି । ମୁମ୍ବାଇ କୋଲକତାକୁ ୧୦୨ ରନରେ ପରାସ୍ତ କରିଛି । ମୁମ୍ବାଇର ବିଶାଳ ୨୧୦ ରନ ଜବାବରେ କୋଲକତା ମାତ୍ର ୧୦୮ ରନ କରିବାକୁ ସକ୍ଷମ ହୋଇଥିଲା । କୋଲକତାର କୌଣସି ବ୍ୟାଟ୍ସମ୍ୟାନ କ୍ରିଜରେ ବେଶୀସମୟ ତିଷ୍ଠିବାକୁ ସକ୍ଷମ ହୋଇନଥିଲେ । ମୁମ୍ବାଇ  ତରଫରୁ କୁନାଲ ପାଣ୍ଡ୍ୟା ଓ ହାର୍ଦିକ ପାଣ୍ଡ୍ୟା ୨ଟି ଲେଖାଏଁ ୱିକେଟ ସଂଗ୍ରହ କରିଥିଲେ । କ୍ରମାଗତ ୩ୟ ବିଜୟ ସହ ମୁମ୍ବାଇର ମୋଟ ପଏଣ୍ଟ ସଂଖ୍ୟା ଏବେ ୧୦ରେ ପହଞ୍ଚିଛି ।

ଏହା ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ କୋଲକତା ନାଇଟ ରାଇଡର୍ସ ଆଗରେ ୨୧୧  ରନର ବିଶାଳ ବିଜୟ ଲକ୍ଷ୍ୟ ରଖିଥିଲା ।  ମୁମ୍ବାଇ ପକ୍ଷରୁ ଓ୍ଵିକେଟ କିପର ଇଶାନ କିଷାନଙ୍କ ବିସ୍ଫୋରକ ବ୍ୟାଟିଂ କରି ସମସ୍ତଙ୍କୁ ଚମକାଇଦେଇଛନ୍ତି । ସେ ମାତ୍ର ୨୧ ବଲରେ ୬ ଛକା ଓ ୫ ଚୌକା ସହ ୬୨ ରନ କରି ସୁନୀଲ ନାରିନଙ୍କ ବଲରେ ଆଉଟ ହୋଇଛନ୍ତି । ଅନ୍ୟପକ୍ଷରେ ଓପନର ସୂର୍ଯ୍ୟକୁମାର ଯାଦବ ୩୨ ବଲରେ ୩୬ ରନ କରି ପିୟୁଷ ଚାଓ୍ଵାଲାଙ୍କ ବଲରେ ରିଙ୍କୁ ସିଂଙ୍କ ହାତରେ ଧରା ପଡିଥିଲେ ।  ତେବେ ଇନିଙ୍ଗସ ଶେଷ ବେଳକୁ ବେନ କଟିଂ ମାତ୍ର ୯ଟି ବଲରେ ୨୪ ରନ ସଂଗ୍ରହ କରିବା ପରେ ମୁମ୍ବାଇ ବିଶାଳ ୨୧୦ ସ୍କୋର କରିବାକୁ ସକ୍ଷମ ହୋଇଥିଲା ।

ଏହି ମ୍ୟାଚଟି ମୁମ୍ବାଇ ପାଇଁ ବେଶ ଗୁରୁତ୍ୱ ପୂର୍ଣ୍ଣ ଥିଲା । ଆଜିର ମ୍ୟାଚପରେ  କୋଲକତା  ୧୧ ଟି ମ୍ୟାଚ ଖେଳି ୫ଟିରେ ବିଜୟ ଓ ୬ ଟି ପରାଜୟ ସହ ମୋଟ ୧୦ ପଏଣ୍ଟ ପାଇଥିବାବେଳେ ମୁମ୍ବାଇ ଟିକିଏ ପଛରେ ପଡିଛି । ମୁମ୍ବାଇ ସମାନ ସଂଖ୍ୟକ ମ୍ୟାଚ ଖେଳି ୫ ବିଜୟ ଓ ୬ ପରାଜୟ ସହ ମୋଟ ୧୦ ପଏଣ୍ଟ ପାଇଛି । ଏହି  ବିଜୟ ପରେ ନେଟ ରନ ରେଟ ହିସାବରେ ମୁମ୍ବାଇ କୋଲକତା ଉପରକୁ ଚାଲିଯ଼ାଇଛି

ସମ୍ବନ୍ଧିତ ଖବର