ଏଭିନ ଲୁଇସଙ୍କ ଅର୍ଦ୍ଧଶତକ, ମୁମ୍ବାଇ ୧୬୮/୬

ମୁମ୍ବାଇ : ସ୍ଥାନୀୟ ଓ୍ଵାଙ୍ଖଡେ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୧୮ର ୪୭ତମ ମ୍ୟାଚରେ ମୁମ୍ବାଇ ଇଣ୍ଡଆନ୍ସ ରାଜସ୍ଥାନ ରୟାଲ୍ସ ଆଗରେ ୧୬୯ ରନର ଲକ୍ଷ୍ୟ ରଖିଛି । ଦଳ ପକ୍ଷରୁ ଏଭିନ ଲୁଇସ ମାତ୍ର ୪୨ ବଲରେ ୬୦ ରନ ଓ ସୂର୍ଯ୍ୟ କୁମାର ଯାଦବ ୩୧ ବଲରେ ୩୮ରନ ସଂଗ୍ରହ କରିଛି । ହାର୍ଦ୍ଦିକ ପାଣ୍ଡ୍ୟା ୨୧ ବଲରେ ୩୬ ରନ କରି ସଂଜୁ ସାମସନଙ୍କ ଚମତ୍କାର କ୍ୟାଚ ବଳରେ ଆଉଟ ହୋଇ ଫେରିଥିଲେ । ଏହା ପୂର୍ବରୁ ରାଜସ୍ଥାନ ରୟାଲ୍ସ ଟସ ଜିଣି ପ୍ରଥମେ ଫିଲଡିଂ କରିବାକୁ ନିଷ୍ପତ୍ତି ନେଇଥିଲା । ରାଜସ୍ଥାନ ପକ୍ଷରୁ ଜେଫ୍ରା ଆର୍ଚର ଓ ବେନ ଷ୍ଟୋକସ ଦୁଇଟି ଲେଖାଏଁ ଓ୍ଵିକେଟ ନେଇଥିଲେ । ଉଭୟ ଦଳ ଏପର୍ଯ୍ୟନ୍ତ ୧୧ଟି ଲେଖାଏଁ ମ୍ୟାଚ ଖେଳି ୫ ବିଜୟ ଓ ୬ ପରାଜୟ ସହ ୧୦ ପଏଣ୍ଟ ଲେଖାଏଁ ପାଇଛନ୍ତି । ତେବେ ନେଟ୍‌ ରନରେଟ ହିସାବରେ ମୁମ୍ବାଇ ଇଣ୍ଡିଆନ୍ସ ରାଜସ୍ଥାନ ରୟାଲ୍ସଠାରୁ ଆଗୁଆ ଅଛି ।

ସମ୍ବନ୍ଧିତ ଖବର