ଲକ୍‌ଡାଉନ୍‌ ସମୟରେ ଅସୁସ୍ଥ ହୋଇପଡ଼ିଲା ପୋଷା କୁକୁର, ଡାକ୍ତରୀ ସହାୟତା ମାଗିଲେ ମୁମ୍ବାଇ ଇଣ୍ଡିଆନ୍ସର ଯାଦବ

ମୁମ୍ବାଇ: କରୋନା ଭାଇରସ୍ ସଂକ୍ରମଣ ‌ହେତୁ‌ ଲକ୍‌ଡାଉନ୍‌ ବୃଦ୍ଧି ପାଇଥିବା କାରଣରୁ ଲୋକମାନେ ଆହୁରି ୨ ସପ୍ତାହ ଘରେ ବନ୍ଦ ହୋଇ ରହିବା ପାଇଁ ବାଧ୍ୟ ହୋଇ ପଡ଼ିଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସର ଖେଳାଳି ସୂର୍ଯ୍ୟ କୁମାର ଯାଦବ ଟ୍ବିଟର୍‌ର ସହାୟତା ନେଇ ଜରୁରିକାଳୀନ ଡାକ୍ତରୀ ସାହାଯ୍ୟ ଲୋଡିଛନ୍ତି। ତାଙ୍କର କିମ୍ବା ତାଙ୍କ ପରିବାରର କେହି ନୁହେଁ ବରଂ ଯାଦବଙ୍କ ପୋଷା କୁକୁରକୁ ଡାକ୍ତରୀ ସହାୟତାର ଆବଶ୍ୟକତା ରହିଛି ବୋଲି ଯାଦବ ଜଣାଇଛନ୍ତି।

୨୯ ବର୍ଷିଅ ଏହି କ୍ରିକେଟ ତାରକା ଲୋକମାନଙ୍କୁ ତାଙ୍କ କୁକୁର ପାଇଁ କୌଣସି ହସ୍ପିଟାଲ୍‌ ବା କ୍ଲିନିକ୍‌ର ଠିକଣା ଦେବାକୁ କହିଛନ୍ତି। ଯେଉଁଠାରେ କି ସେ ତାଙ୍କ କୁକୁରର ଏମ୍‌ଆର୍‌ଆଇ କରାଇ ପାରିବେ।

ସେ ଟ୍ବିଟ୍‌ କରି ଲେଖିଛନ୍ତି, ‘ଶୁଭ ସକାଳ। ମୋ ପପିକୁ ଜରୁରୀ ଡାକ୍ତରୀ ଚିକିତ୍ସା ଆବଶ୍ୟକ। ମୁମ୍ବାଇରେ ସେପରି କୌଣସି ହସ୍ପିଟାଲ୍‌ କିମ୍ବା କ୍ଲିନିକ୍‌ ଅଛି କି ଯେଉଁଠାରେ ମୁଁ ଏମ୍‌ଆର୍‌ଆଇ କରାଇପାରିବ। ବାରମ୍ବାର ସେ ଅଚେତ ହୋଇ ପଡୁଥିବାରୁ ଏହା ତା’ ପାଇଁ ନିହାତି ଦରକାର।’

ଗତ ସପ୍ତାହରେ ସେ ଅନ୍ୟ ଏକ ଟ୍ବିଟ୍‌ରେ ତାଙ୍କ କୁକୁର ପାଇଁ ଏକ ସିରପ୍‌ ଦରକାର ବୋଲି ଲେଖିଥିଲେ। ଲକ୍‌ଡାଉନ୍‌ ସମୟରେ ବିଭିନ୍ନ ଲୋକ ବିଭିନ୍ନ ପ୍ରକାରର ଅସୁବିଧାକୁ ସାମ୍ନା କରୁଥିବା ବେଳେ ଯାଦବ ତାଙ୍କ କୁକୁରର ସ୍ବ‌ସ୍ଥ୍ୟାବସ୍ଥା ନେଇ ଖୁବ୍ ଚିନ୍ତିତ।

ସମ୍ବନ୍ଧିତ ଖବର