ଆଇପିଏଲ୍‌ ୧୨: ହାଇଦ୍ରାବାଦକୁ ୪୦ ରନ୍‌ରେ ପରାସ୍ତ କଲା ମୁମ୍ବାଇ ଇଣ୍ଡିଆନସ୍‌

ହାଇଦ୍ରାବାଦ୍‌: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ର ୧୯ତମ ମ୍ୟାଚ୍‌ରେ ଶନିବାର ହାଇଦ୍ରାବାଦକୁ ୪୦ ରନ୍‌ରେ ପରାସ୍ତ କରିଛି ମୁମ୍ବାଇ ଇଣ୍ଡିଆନସ୍‌ । ପ୍ରଥମ ପାଳିରେ ମୁମ୍ବାଇ ହାଇଦ୍ରାବାଦକୁ ୧୩୭ ରନ୍‌ର ଲକ୍ଷ୍ୟ ଦେଇଥିଲା କିନ୍ତୁ ହାଇଦ୍ରାବାଦ ୯୬ ରନ୍‌ରେ ଅଲ୍‌ଆଉଟ ହୋଇଯାଇଥିଲା । ମୁମ୍ବାଇ ପକ୍ଷରୁ ଯୋଶେପ୍‌ (୩.୪ ଓଭର ୧୨ ରନ୍‌ ୬ ଓ୍ଵିକେଟ ) ନେଇଥିବା ବେଳେ ରାହୁଲ ଚାଚର ୨ଟି ଓ୍ଵିକେଟ, ବୁମରା ଓ ଜନସନ୍‌ ୧-୧ ଓ୍ଵିକେଟ ନେଇଥିଲେ। ହାଇଦ୍ରାବାଦ ଆରମ୍ଭରୁ ଭଲ ବ୍ୟାଟିଂ କରିଥିଲେ ମଧ୍ୟ ଜନି ବେୟାରଷ୍ଟୋ ଓ ଡାଭିଡ ଓ୍ଵାର୍ଣ୍ଣର ଆଉଟ ହୋଇ ପାଭଲିଅନ ଫେରିବା ପରେ ଟିମ୍‌ ସଂକଟରେ ପଡ଼ିଯାଇଥିଲା। ଟିମ୍‌ ୩୩ ରନ୍‌ରେ ଉଭୟ ଓପନରଙ୍କୁ ହରାଇଥିଲା। ମୁମ୍ବାଇର ୩ୟ ଶିକାର ହୋଇଥିଲେ ବିଜୟ ଶଙ୍କର। ସ୍କୋର ୪୨ ରନ୍‌ରେ ଶଙ୍କର, ୬୧ ରନ୍‌ରେ ମନୀଷ ପାଣ୍ଡେ ଓ ୬୨ ରନ୍‌ରେ ୟୁସୁଫ ପଠାନ ଆଉଟ୍‌ ହୋଇଥିଲେ।

ଡାଭିଡ ଓ୍ଵାର୍ଣ୍ଣର ୧୫ ରନ୍‌, ବେୟାରଷ୍ଟୋ ୧୬ ରନ୍‌, ଶଙ୍କର ୫ ରନ୍‌, ମନୀଷ ପାଣ୍ଡେ ୧୬ ରନ୍‌ ଓ ପଠାନ୍‌ କୌଣସି ରନ୍‌ ନକରି ପାଭଲିଅନ୍‌ ଫେରିଥିଲେ।

ପ୍ରଥମ ଇନିଂସରେ ସନ୍‌୍‌ରାଇଜର୍ସ ହାଇଦ୍ରାବାଦ୍‌ ନିକଟରେ ୧୩୬ ରନ୍‌ରେ ଆତ୍ମସମର୍ପଣ କରିଥିଲା। ସ୍ଥାନୀୟ ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ କ୍ରିକେଟ୍‌ ଷ୍ଟାଡିୟମ୍‌ରେ ହାଇଦ୍ରାବାଦ୍‌ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ମୁମ୍ବାଇ ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ଵିକେଟ ହରାଇ ୧୩୬ ରନ୍‌ କରିବା ପରେ ହାଇଦ୍ରାବାଦ୍‌କୁ ୧୩୭ ରନ୍‌ ଟାର୍ଗେଟ ମିଳିଛି। କିରଣ ପୋଲାର୍ଡ (ଅପରାଜିତ ୪୬ ରନ, ୨୬ ବଲ, ୨ ଚୌକା, ୪ ଛକା)ଙ୍କ ବ୍ୟତୀତ ଦଳର ଅନ୍ୟ ଖେଳାଳିଙ୍କ ବ୍ୟାଟ୍‌ରୁ ୨୦ ରନ୍‌ ବାହାରି ପାରି ନ ଥିଲା।

ମୁମ୍ବାଇ ଇନିଂସ ଆରମ୍ଭରୁ ଭଲ ପ୍ରଦର୍ଶନ କରି ନଥିଲା। ସ୍କୋର ୨୧ ରନ୍‌ରେ ଓପନର ତଥା ଅଧିନାୟକ ରୋହିତ ଶର୍ମାଙ୍କୁ ହରାଇଥିଲା। ଦ୍ୱିତୀୟ ଓ୍ଵିକେଟ ଭାବେ ସୂର୍ଯ୍ୟକାନ୍ତ ଯାଦବ ଆଉଟ୍‌ ହୋଇଥିଲେ। ସେତେବେଳକୁ ସ୍କୋର ୪.୬ ଓଭରରେ ୨୮ ରନ୍‌ ଥିଲା। ହାଇଦ୍ରାବାଦ୍‌ର ୩ୟ ଶିକାର ହୋଇଥିଲେ କ୍ୱିଣ୍ଟନ ଡି କକ୍‌। ଦଳୀୟ ସ୍କୋର ୪୩ ରନ୍‌ରେ ଡି କକ୍‌ ଆଉଟ୍‌ ହୋଇଥିବା ବେଳେ ୬୩ ରନ୍‌ରେ କ୍ରୁଣାଲ ପାଣ୍ଡ୍ୟା ଆଉଟ୍‌ ହୋଇ ପାଭଲିଅନ୍‌ ଫେରିଥିଲେ। ୧୨.୫ ଓଭରରେ ମାତ୍ର ୬୫ ରନ୍‌ ବେଳକୁ ମୁମ୍ବାଇ ୫ଟି ଓ୍ଵିକେଟ ହରାଇ ସାରିଥିଲା।

ହାଇଦ୍ରାବାଦର ୫ମ ଶିକାର ହୋଇଥିଲେ ଈଶାନ କିଷାନ। ସ୍କୋର ୮୬ ରନ୍‌ରେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆଉଟ ହୋଇଥିବା ବେଳେ ୯୭ ରନ୍‌ରେ ରାହୁଲ ଚହର ପାଭଲିଅନ୍‌ ଫେରିଥିଲେ।

ମୁମ୍ବାଇ ପକ୍ଷରୁ ରୋହିତ ଶର୍ମା ୧୧ ରନ, ଡି କକ୍‌ ୧୯ ରନ୍‌, ଈଶାନ କିଷାନ ୧୭ ରନ, ହାର୍ଦ୍ଦିକ ପାଣ୍‌ୃା ୧୪ ରନ ଓ ରାହୁଲ ୧୦ ରନ୍‌ କରିଥିଲେ। ସିଦ୍ଧାର୍ଥ କାଉଲ ୨ଟି ଓ୍ଵିକେଟ ନେଇଥିବା ବେଳେ ଭୁବନେଶ୍ୱର କୁମାର, ସନ୍ଦୀପ ଶର୍ମା, ମହମ୍ମଦ ନବୀ ଓ ରସିଦ ଖାନ ୧-୧ ଓ୍ଵିକେଟ ନେଇଥିଲେ।

ସମ୍ବନ୍ଧିତ ଖବର