ଆଇପିଏଲ୍‌: ଚେନ୍ନାଇ ସୁପର କିଙ୍ଗସ୍‌କୁ ୪୬ ରନ୍‌ରେ ପରାସ୍ତ କଲା ମୁମ୍ବାଇ ଇଣ୍ଡିଆନସ୍‌

ଚେନ୍ନାଇ: ଇଣ୍ଡିଆନ ପ୍ରିମିିୟର ଲିଗ୍‌ (ଆଇପିଏଲ) ଦ୍ୱାଦଶ ସଂସ୍କରଣର ୪୪ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ୍‌କୁ ୪୬ ରନ୍‌ରେ ପରାସ୍ତ କରିଛି ମୁମ୍ବାଇ ଇଣ୍ଡିଆନସ୍‌ । ଦ୍ୱିତୀୟ ପାଳିରେ ୧୫୬ ରନ୍‌ର ଲକ୍ଷ୍ୟକୁ ପିଛାକରି ଚେନ୍ନାଇ ୧୭.୪ ଓଭରରେ ୧୦୯ ରନ୍‌ କରି ଅଲଆଉଟ୍‌ ହୋଇଯାଇଛି । ଫଳରେ ମୁମ୍ବାଇ ଏହି ମ୍ୟାଚକୁ ୪୬ ରନ୍‌ରେ ଜିତି ନେଇଛି । ମୁମ୍ବାଇ ପକ୍ଷରୁ ଲସିଥ୍‌ ମାଲିଙ୍ଗା ୪ ଟି ଓ୍ଵିକେଟ ନେଇଥିଲେ । ଅନ୍ୟପଟେ ଜସପ୍ରିତ ବୁମରା, କୁନାଲ ପାଣ୍ଡ୍ୟା ୨-୨ ଟି ଓ୍ଵିକେଟ ନେଇଥିବା ବେଳେ ଅଙ୍କୁଲ ରଏ ଓ ହାର୍ଦ୍ଦିକ ପାଣ୍ଡ୍ୟା ୧-୧ ଓ୍ଵିକେଟ ନେଇଥିଲେ । ଏହି ବିଜୟ ସହ ମୁମ୍ବାଇ ୧୪ ପଏଣ୍ଟ ହାସଲ କରି ଟେବୁଲରେ ଦ୍ୱିତୀୟ ସ୍ଥାନରେ ରହିଛି ।

ଏମଏ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଟସ୍‌ ଜିଣି ଆୟୋଜକ ଚେନ୍ନାଇ  ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ ମୁମ୍ବାଇ ଇଣ୍ଡିଆନସ୍‌ ବ୍ୟାଟିଂ କରିଥିଲା। ଟିମ ନିର୍ଦ୍ଧାରିତ ୨୦ ଓଭରରେ ୪ଟି ଓ୍ଵିକେଟ ହରାଇ ୧୫୫ ରନ କରିବା ପରେ ଚେନ୍ନାଇକୁ ୧୫୬ ରନ୍‌ ଟାର୍ଗେଟ ମିଳିଥିଲା।

ଅଧିନାୟକ ରୋହିତ ଶର୍ମା ୬୭ ରନ କରିଥିଲେ। ୪୮ଟି ବଲ ଖେଳି ସେ ୬ଟି ଚୌକା ଓ ୩ଟି ଛକା ମାରିଥିଲେ। ମିଚେଲ ସଣ୍ଟନରଙ୍କ ବଲ ମୁରଲି ବିଜୟଙ୍କୁ କ୍ୟାଚ ଦେଇ ରୋହିତ ପାଭଲିଅନ ଫେରିିଥିଲେ। ଦ୍ୱିତୀୟ ଓପନର କ୍ୱିଣ୍ଟନ ଡି କକ୍‌ ୯ଟି ବଲ ଖେଳି ୧୫ ରନ କରିଥିଲେ। ସେ ମୁମ୍ବାଇର ସ୍କୋର ୨୪ ରନ ଥିବା ବେଳେ ଟିମର ପ୍ରଥମ ଓ୍ଵିକେଟ ଭାବେ ଆଉଟ ହୋଇଥିଲେ। ସ୍କୋର ୯୯ ରନରେ ମୁମ୍ବାଇ ୩ୟ ଓ୍ଵିକେଟ ଭାବେ ଇଭିନ ଲୁଇସ (୩୨ ରନ, ୩୦ ବଲ)କୁ ହରାଇଥିଲା। ସଣ୍ଟନରଙ୍କ ବ୍ରାଭୋଙ୍କୁ କ୍ୟାଚ ଦେଇ ଲୁଇସ ଆଉଟ ହୋଇଥିଲେ।

କ୍ରୁଣାଳ ପାଣ୍ଡ୍ୟା ମାତ୍ର ୧ ରନ କରି ପାଭଲିଅନ ଫେରିଥିବା ବେଳେ ଭାଇ ହାର୍ଦ୍ଦିକ ପାଣ୍ଡ୍ୟା ଅପରାଜିତ ୨୩ ରନ ଓ କିରନ ପୋଲାର୍ଡ ଅପରାଜିତ ୧୩ ରନ କରିଥିଲେ। ମୁମ୍ବାଇର ୪ର୍ଥ ଓ୍ଵିକେଟ ୧୨୨ ରନରେ ପଡ଼ିଥିଲା।

ସମ୍ବନ୍ଧିତ ଖବର