ପ୍ରତ୍ୟାବର୍ତ୍ତନ କଲେ ମୁରଲୀ ବିଜୟ ,ଅଜିଙ୍କ୍ୟେ ରାହାଣେ ଉପ ଅଧନାୟକ

ଶ୍ରୀଲଙ୍କା ସିରିଜ ପାଇଁ ଭାରତୀୟ୍ର ଟେଷ୍ଟ ଦଳ ଘୋଷିତ

ନୂଆଦିଲ୍ଲୀ: ଆଗାମୀ ଶ୍ରୀଲଙ୍କା ସିରିଜ୍‌ର ଦୁଇଟି ଟେଷ୍ଟ୍‍ ମ୍ୟାଚ୍‌ ପାଇଁ ଆଜି ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ଦଳର ଉପଅଧିନାୟକ ଭାବେ ଅଜିଙ୍କ୍ୟେ ରାହାନେଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ଭାରତୀୟ ସ୍କ୍ଵାଡ୍‌କୁ ମୁରଲୀ ବିଜୟ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଚୟନକର୍ତ୍ତାମାନେ ଅଭିଜ୍ଞ ରବିଚନ୍ଦ୍ରନ ଅଶ୍ୱିନୀ, ରବୀନ୍ଦ୍ର ଜାଦେଜା ଓ କୁଲଦୀପ ଯାଦବଙ୍କ ଉପରେ ଭରସା କରି ତାଙ୍କ ହାତରେ ଭାରତୀୟ ବୋଲିଂର ସ୍ପିନ୍‌୍‌ ଦାୟିତ୍ୱ ଦେଇଛନ୍ତି। ସେହିପରି ଭାରତୀ ପେସ୍‌୍‌ ବୋଲିଂର ଦାୟିତ୍ୱ ଉମେଶ ଯାଦବ, ମହମ୍ମଦ ସାମି,ଭୁବନେଶ୍ୱର କୁମାର, ଓ ଇଶାନ୍ତ ଶର୍ମାଙ୍କ ଉପରେ ନ୍ୟସ୍ତ କରାଯାଇଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦଳରେ ଅଲରାଉଣ୍ଡର ଭାବେ ସାମିଲ କରାଯାଇଥିବା ବେଳେ ଉଇକେଟ କିପର ଦାୟିତ୍ୱ ସମ୍ଭାଳିବେ ରିଦ୍ଧମାନ ସାହା।

_Hindustan Times

ସୂଚନାଯୋଗ୍ୟ ଗତ ମାର୍ଚ୍ଚ ମାସରେ ମୁରଲୀ ବିଜୟ ଶ୍ରୀଲଙ୍କା ଗସ୍ତରେ ଯାଇଥିବା ବେଳେ ଡାହାଣ ହାତ କଚଟିରେ ଆଘାତ ପାଇଥିଲେ। ଫଳରେ ସେ ଶ୍ରୀଲଙ୍କାରେ ୩ଟି ଟେଷ୍ଟ ମ୍ୟାଚ୍‌ ଖେଳି ନ ପାରି ସ୍ୱଦେଶ ଫେରି ଆସିଥଲେ। ସେହିଦିନରୁ ବିଜୟ ଆନ୍ତଜାତିକ ମ୍ୟାଚ୍‌ ଖେଳି ନାହାଁନ୍ତି। ସେହିପରି ଚେତେଶ୍ୱର ପୂଜାରା, ରିଦ୍ଧିିମାନ ସାହା, ରବିଚନ୍ଦ୍ରନ ଅଶ୍ୱିନୀ ପ୍ରମୁଖ ମଧ୍ୟ ଦୀର୍ଘଦିନ ହେଲା କୌଣସି ଆର୍ନ୍ତଜାତିକ ମ୍ୟାଚ୍‌ ଖେଳି ନାହାଁନ୍ତି।
ସୂଚନାଯୋଗ୍ୟ ଯେ ଆସନ୍ତା ନଭେମ୍ବର ମାସ ୧୬ ତାରିଖରୁ ୩୭ ଦିନ ପାଇଁ ଶ୍ରୀଲଙ୍କା ଦଳ ଭାରତ ଗସ୍ତରେ ଆସି ୩ଟି ଟେଷ୍ଟ, ୩ଟି ଦିନିକିଆ ଓ ୩ଟି ଟି-ଟେ୍ଵଣ୍ଟି ମ୍ୟାଚ୍‌ ଖେଳିବ। ଶ୍ରୀଲଙ୍କା ଭାରତ ବିରୋଧରେ ଇଡେନ ୍‌ଗାର୍ଡେନରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ ନଭେମ୍ବର ୧୬ ତାରିଖରେ ଖେଳି ତାର ଗସ୍ତ ଆରମ୍ଭ କରିବ। ପରବର୍ତ୍ତୀ ମ୍ୟାଚ୍‌ ନଭେମ୍ବର ୨୪ ତାରିଖରେ ନାଗପୁରରେ ଓ ଡିସେମ୍ବର ୨ ତାରିଖରେ ଦିଲ୍ଲୀରେ ଖେଳିବ। ସେହିପରି ଶ୍ରୀଲଙ୍କା ୩ଟି ଦିନିକିଆ ଓ ୩ଟି ଟି ଟେ୍ଵଣ୍ଟି ମ୍ୟାଚ ମଧ୍ୟ ଭାରତ ବିରୋଧରେ ଖେଳିବ।

_CricketCountry.

ଭାରତୀୟ ଟେଷ୍ଟ ଦଳ: ବିରାଟ କୋହଲି( ଅଧିନାୟକ) କୁଲଦୀପ ଯାଦବ, ରବିଚନ୍ଦ୍ରନ ଅଶ୍ୱିନୀ, ରବିନ୍ଦ୍ର ଜାଦେଜା, ଭୁବନେଶ୍ୱର କୁମାର, ମହମ୍ମଦ ସାମି, ଚେତେଶ୍ୱର ପୂଜାରା, ଅଜିଙ୍କ୍ୟେ ରାହାଣେ, କେ ଏଲ ରାହୁଲ, ରିଦ୍ଧିମାନ ସାହା, ଇଶାନ୍ତ ଶର୍ମା, ଶିଖର ଧାଓ୍ଵନ, ଉମେଶ ଯାଦବ, ମୁରଲୀ ବିଜୟ ଓ ହାର୍ଦ୍ଦିକ ପାଣ୍ଡ୍ୟା।

 

ସମ୍ବନ୍ଧିତ ଖବର