ସୌରଭ ଗାଙ୍ଗୁଲିଙ୍କୁ ପାକିସ୍ତାନର ତତ୍କାଳୀନ ରାଷ୍ଟ୍ରପତି ମୁଶାରଫ କହିଥିଲେ, ‘ବିପଦପୂର୍ଣ୍ଣ କାମରୁ ନିବୃତ୍ତ ରୁହନ୍ତୁ’

ସୌରଭଙ୍କୁ ପ୍ରଶଂସକ କହିଲେ, ପାକିସ୍ତାନ ତୁମ ଭଳି ନେତୃତ୍ୱ ଚାହୁଁଛି

ନୂଆଦିଲ୍ଲୀ: ପାକିସ୍ତାନ ତତ୍କାଳୀନ ରାଷ୍ଟ୍ରପତି ପରଭେଜ୍‌ ମୁଶାରଫ୍‌ ଏକଦା ତାଙ୍କର ଫୋନ୍‌ କଲ୍‌ରେ କହିଥିଲେ, ‘ବିପଦପୂର୍ଣ୍ଣ କାମରୁ ନିବୃତ୍ତ ରୁହନ୍ତୁ’। ଏହା ୨୦୦୪ର ଘଟଣା ଥିଲା ବୋଲି ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଲେଖିଛନ୍ତି। ଆଗାମୀ ଦିନରେ ପ୍ରକାଶିତ ହେବାକୁ ଥିବା ଗାଙ୍ଗୁଲି ତାଙ୍କ ‘ଆତ୍ମଜୀବନୀ’ରେ ଲେଖିଛନ୍ତି, ମୁଶାରଫଙ୍କ ଏହି ବାଣୀ ତାଙ୍କୁ ମର୍ମାହତ କରିଥିଲା। ସେହି ସମୟରେ ପାକିସ୍ତାନର ଦ୍ରୁତ ବୋଲର ଓ୍ଵାସିମ ଆକ୍ରମଙ୍କ ଆତ୍ମଘାତୀ ବୋଲିଂକୁ ସାମ୍ନା କରିବା ଅଡୁଆ ଭଳି ଲାଗୁଥିଲା। ଆତ୍ମଜୀବନୀରେ ଗାଙ୍ଗୁଲି ଲେଖିଛନ୍ତି, ଗୋଟିଏ ଶତକ ବହୁତ ନୁହେଁ।

ମୁଶାରଫଙ୍କ ଅପ୍ରତ୍ୟାଶିତ ଫୋନ୍‌ କଲ ଆକର୍ଷିତ ଥିବା ବେଳେ ଭାରତ ପାଇଁ ପାକିସ୍ତାନ ଗସ୍ତ ସ୍ମରଣୀୟ ଥିଲା। ଗସ୍ତ କାଳରେ ଭାରତୀୟ କ୍ରିକେଟ ଟିମ୍‌ ଲାହୋରର ସୁଇସ ପର୍ଲ କଣ୍ଟିନ୍ୟାସନାଲ ହୋଟେଲରେ ରହୁଥିଲେ। ଖେଳାଳିମାନଙ୍କୁ କଡ଼ା ସୁରକ୍ଷା ଭିତରେ ରହିବାକୁ ପଡ଼ିଥିଲା। ଭାରତ ଏହି ଗସ୍ତରେ ଦିନିକିଆ ଶୃଙ୍ଖଳାକୁ ୩-୨ରେ ବିଜୟ ଲାଭ କରିଥିଲା।

ଗତ ମଧ୍ୟରାତ୍ରିରେ ସାଙ୍ଗମାନେ ଫୁଡ ଷ୍ଟ୍ରିଟରେ ବୁଲି କବାବସ୍‌ ଓ ତନ୍ଦୁରି ଥାଳି ଖାଇବାକୁ ଯୋଜନା କରିଥିଲେ। ଯେଉଁଠାରେ ଏହି ଖାଦ୍ୟ ମିଳୁଥିଲା ତାହା ହେଉଛି ଗ୍ଵାଲାମଣ୍ଡ ଅଞ୍ଚଳ ବୋଲି ଗାଙ୍ଗୁଲି ପୁସ୍ତକରେ ଉଲ୍ଲେଖ କରିଛନ୍ତି। ସୁରକ୍ଷା ଅଧିକାରୀ ଅନୁମତି ଦେବେ ନାହିଁ ବୋଲି ମୁଁ ତାଙ୍କୁ କହି ନଥିଲି। ଏ ବିଷୟରେ ଆମର ଟିମ୍‌ ପରିଚାଳକ ରତ୍ନାକର ସେଟ୍ଟୀଙ୍କୁ କହିଥିଲି। ମୁହଁକୁ ଅଧା ଢାଙ୍କି ରଖିଥିବା ଏକ ଟୋପି ପିନ୍ଧି ମୁଁ ଶୋଇ ପଡ଼ିଥିଲି। ମୁଁ ଜାଣିଥିଲି ଯେ, ଏହା ନିୟମ ଉଲଂଘନ କାମ।

କୋଲକାତାର କ୍ରିକେଟର ସୌରଭ ଗାଙ୍ଗୁଲି ଟେଷ୍ଟ ମ୍ୟାଚ୍‌ରେ ୭୨୧୨ ରନ୍‌(୧୬ ଶତକ) ଓ ଦିନିକିଆରେ ୧୧,୩୬୩ ରନ୍‌(୨୨ ଶତକ) ସଂଗ୍ରହ କରିଛନ୍ତି। ଜଣେ ଲୋକ ଡାକିବା ବେଳକୁ ଆମେ ରାତ୍ରି ଭୋଜନ ଶେଷ କରି ସାରିଥିଲୁ। କିଛି ଦୂରରେ ସାମ୍ବାଦିକ ରାଜଦୀପ ସରଦେଶାଇ ବସିଥିଲେ। ସେ ମୋତେ ଅଟକାଇଥିଲେ। ସେ ବଡ଼ ଚିତ୍କାର କରି କହିଥିଲେ ସୌରଭ, ସୌରଭ।  ଜାଣିଛି, ମୁଁ ଅସୁବିଧାରେ ଅଛି।

ହୋଟେଲରେ ଭୋଜନ ସରିବା ବେଳକୁ ଉପସ୍ଥିତ ଲୋକେ ମୋ ବିଷୟରେ ଜାଣି ଯାଇଥିଲେ। ବିଲ ଦେଇ ସେଠାରୁ ଯିବା ପାଇଁ ବାହାରିବାର କିଛି ସମୟ ପୂର୍ବରୁ ମୋ ଚାରିଆଡେ ଲୋକେ ଘେରି ଯାଇଥିଲେ।

ସେ ଅଞ୍ଚଳ ଭାରତୀୟମାନଙ୍କ ପାଇଁ ନିରାପଦ ନଥିଲା। ହୋଟେଲରୁ ଫେରିବା ବେଳେ ଆମ ପଛରେ ଦ୍ରୁତ ଗତିରେ ଏକ ବାଇକ ଆସୁଥିଲା। ବାଇକ ଚାଳକ ଜଣକ କହୁଥିଲେ, ‘କାର’ର କାଚ ତଳକୁ କରନ୍ତୁ। ମୋ ସାଥୀରେ ବସିଥିବା ବନ୍ଧୁ କହୁଥିଲେ ବୋମା ଅଛି। କିନ୍ତୁ ମୁଁ ଡରୁ ନ ଥିଲି। ଶେଷରେ ପ୍ରଶଂସକ କହିଲେ, ପାକିସ୍ତାନ ତୁମ ଭଳି ନେତୃତ୍ୱ ଚାହୁଁଛି।

ଗାଙ୍ଗୁଲି ସୁରକ୍ଷିତ ଭାବରେ ହୋଟେଲରେ ପହଞ୍ଚି ଥିଲେ। କିନ୍ତୁ ଖବର ମୁଶାରଫଙ୍କ ପାଖକୁ ଚାଲିଯାଇଥିଲା। ସେ କହିଁକି କଲ କରିଥିଲେ। ଗାଙ୍ଗୁଲି ଲେଖିଛନ୍ତି, ରାଷ୍ଟ୍ରପତି ମୁଶାରଫ ନମ୍ର ଥିଲେ। ସେ କହିଥିଲେ ଆଗକୁ ବାହାରକୁ ଯିବାକୁ ହେଲେ, ଦୟାକରି ସୂଚନା ଦିଅନ୍ତୁ। ଆମେ ସୁରକ୍ଷା ବ୍ୟବସ୍ଥା କରିବୁ।

ସମ୍ବନ୍ଧିତ ଖବର