ମ୍ୟାକ୍‌ନରୋଙ୍କ କୀର୍ତିମାନ ଭାଙ୍ଗିଲେ ନାଦାଲ

0 8

ମାଦ୍ରିଦ୍‌: ସ୍ପେନ୍‌ ଟେନିସ୍‌ ତାରକା ରାଫେଲ୍‌ ନାଦାଲ ଗୁରୁବାର ଏଠାରେ ଜନ୍‌ ମ୍ୟାକ୍‌ନେରୋଙ୍କ ନାମରେ ଥିବା ୩୪ ବର୍ଷ ତଳର କୀର୍ତିମାନକୁ ଭାଙ୍ଗି ଦେଇଛନ୍ତି। ଜର୍ମାନି କିମ୍ବଦନ୍ତୀ ମ୍ୟାକ୍‌ନେରୋ ୧୯୮୪ ମାସିହାରେ କାର୍ପେଟ୍‌ରେ ଲଗାତାର ଭାବେ ୪୯ ମ୍ୟାଚ୍‌ ବିଜୟ ପାଇ ନିଜ ନାମରେ କୀର୍ତିମାନ ରଖିଥିଲେ। ହେଲେ ଗୁରୁବାର ରାତିରେ ଏଠାରେ ଚାଲିଥିବା ମାଦ୍ରିଦ୍‌ ଓପନ୍‌ରେ ଏବର ପୁରୁଷ ଏକକ ଶୀର୍ଷ ମାନ୍ୟତା ନାଦାଲ୍‌ ୬-୩, ୬-୪ ସିଧାସଳଖ ସେଟ୍‌ରେ ଡିଏଗୋ ସ୍ୱାର୍ଚମ୍ୟାନ୍‌ଙ୍କୁ ହରାଇ କ୍ଲେ କୋର୍ଟରେ ଲଗାତାର ୫୦ତମ ମ୍ୟାଚ୍‌ ବିଜୟ ପାଇଥିଲେ। ଏଥି ସହିତ ସେ ନୂଆ କୀର୍ତିମାନର ଅଧିକାରୀ ହୋଇଥିଲେ। ମ୍ୟାକ୍‌ନେରୋ ନିଜର କୀର୍ତିମାନ ବର୍ଷ ମାଦ୍ରିଦ୍‌ ଓପନ୍‌ ଟ୍ରଫି କରାୟତ କରିଥିଲା ବେଳେ ନାଦାଲ ଏବେ ସେହି ରାସ୍ତାରେ ଆଉ ଗୋଟିଏ ପାଦ ଆଗକୁ ବଢ଼ିଛନ୍ତି। କ୍ୱାର୍ଟର୍‌ ଫାଇନାଲ୍‌ରେ ନାଦାଲ୍‌ ଅଷ୍ଟ୍ରେଲିଆର ଡୋମିନିକ୍‌ ଥିମ୍‌ଙ୍କୁ ଭେଟିବେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.