ନାଗରକୋଟୀ ଆଇପିଏଲ୍‌ରୁ ବାଦ୍‌ ପଡ଼ିଲେ

କୋଲ୍‌କାତା: ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ମିଚେଲ ଷ୍ଟାର୍କଙ୍କ ପରେ ଭାରତୀୟ ଯୁବ ତାରକା କମଳେଶ ନାଗରକୋଟୀଙ୍କ ଆହତ କୋଲ୍‌କାତା ନାଇଟ୍‌ ରାଇଡର୍ସ (କେକେଆର୍‌)ର ଚିନ୍ତା ବଢ଼ାଇ ଦେଇଛି। ପୁଣି ଅନ୍ୟତମ ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ମିଚେଲ ଜନ୍‌ସନ୍‌ ଆହତରୁ ମୁକୁଳିନଥିବା ଦଳର ସନ୍ତୁଳନ ବିଗାଡ଼ି ଦେଇଛି। ଷ୍ଟାର୍କଙ୍କ ଭଳି ୧୯ ବର୍ଷିୟ ନାଗରକୋଟୀ ମଧ୍ୟ ପୂରା ଆଇପିଏଲ୍‌ରୁ ବାଦ୍‌ ପଡ଼ିଛନ୍ତି। ତାଙ୍କ ସ୍ଥାନରେ କର୍ଣ୍ଣାଟକ ଦ୍ରୁତ ବୋଲର ପ୍ରସିଦ୍ଧ କୃଷ୍ଣ କେକେଆର୍‌ ଦଳରେ ସାମିଲ ହୋଇଛନ୍ତି।

ସମ୍ବନ୍ଧିତ ଖବର