ଫାଇନାଲ୍‌ରେ ସୁନ୍ଦରଗଡ଼ ଓ ଆର୍‌ଏସ୍‌ପି

ନାଲ୍‌କୋ କପ୍‌ ହକି

କଟକ: ବାରବାଟୀ ଷ୍ଟାଡିୟମରେ ହକି ଓଡ଼ିଶା ପକ୍ଷରୁ ଚାଲିଥିବା ନାଲ୍‌କୋ କପ୍‌ ରାଜ୍ୟ ହକି ପ୍ରତିଯୋଗିତାରେ ସୁନ୍ଦରଗଡ଼ ସାଇ ଛାତ୍ରାବାସ ଓ ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟ (ଆର୍‌ଏସ୍‌ପି) ମଧ୍ୟରେ ଫାଇନାଲ୍‌ ମ୍ୟାଚ ଖେଳାଯିବ। ଫାଇନାଲ୍‌ ଗୁରୁବାର ସଂଧ୍ୟା ବେଳେ ଅନୁଷ୍ଠିତ ହେବ। ବୁଧବାର ପ୍ରଥମ ସେମି ଫାଇନାଲ୍‌ରେ ସୁନ୍ଦରଗଡ଼ ଛାତ୍ରାବାସ ୨-୧ ପେନାଲ୍‌ଟି ସୁଟ୍‌ ଆଉଟରେ ପୂର୍ବତଟ ରେଳବାଇକୁ ଏବଂ ଦ୍ୱିତୀୟ ସେମିଫାଇନାଲ୍‌ରେ ଆର୍‌ଏସ୍‌ପି ୨-୦ ପେନାଲ୍‌ଟି ସୁଟଆଉଟ୍‌ରେ ସୁନ୍ଦରଗଡ଼ ସାଗ୍‌ ଦଳକୁ ହରାଇଛି। ଏହି ମ୍ୟାଚଦ୍ୱୟକୁ ଏକେ ବେହେରା, ପ୍ରଦୀପ କୁମାର ନାୟକ, ଏସ୍‌ଏ ଫାହିମ୍‌, ନିରଂଜନ ଗୌଡ଼, ସୁନୀଲ କୁମାର ମହନ୍ତ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର