ନାଲ୍‌କୋ କପ୍‌ ହକି: ସୁନ୍ଦରଗଡ଼, ପାନପୋଷ, ଆର୍‌ଏସ୍‌ପି ବିଜୟୀ

କଟକ: ବାରବାଟୀ ଷ୍ଟାଡିୟମରେ ଚାଲିଥିବା ନାଲ୍‌କୋ କପ୍‌ ରାଜ୍ୟ ହକି ପ୍ରତିଯୋଗିତାରେ ରବିବାର ସୁନ୍ଦରଗଡ଼, ପାନପୋଷ କ୍ରୀଡ଼ା ଛାତ୍ରାବାସ ଓ ଆର୍‌ଏସ୍‌ପି ନିଜ ନିଜର ଏକପାଖିଆ ବିଜୟ ହାସଲ କରିଛନ୍ତି। ପ୍ରଥମ ମ୍ୟାଚ୍‌ରେ ସୁନ୍ଦରଗଡ଼ ୫-୦ ଗୋଲ୍‌ରେ ବଲାଙ୍ଗୀରକୁ ହରାଇଛି। ବିଜୟୀ ଦଳ ପକ୍ଷରୁ ସୁରଜ ଲାକ୍ରା, ମନୋଜ ଜୋଜୋ, ବିକାଶ କୁଜୁର, ଲିବାନ ଏକ୍କା ଓ ଅଜୟ ଏକ୍କା ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିଲେ। ଦ୍ୱିତୀୟ ମ୍ୟାଚ୍‌ରେ ପାନପୋଷ କ୍ରୀଡ଼ା ଛାତ୍ରାବାସ ୭-୦ ଗୋଲ୍‌ରେ ବରଗଡ଼କୁ ପରାସ୍ତ କରିଛି। ଅଭିଜିତ ସ୍ୱାଇଁ ୨ ଗୋଲ୍‌ ଦେଇଥିଲା ବେଳେ ନାହାସ ବରଓ୍ଵା, କ୍ରିଷ୍ଣା ତିର୍କି, ସୁଶାନ୍ତ ଟପ୍ପୋ, ସୁଶୀଲ ଧନଓ୍ଵର ଓ ପ୍ରଦୀପ ଲାକ୍ରା ଗୋଟିଏ ଲେଖାଏଁ ଗୋଲ୍‌ କରିଥିଲେ। ଦିନର ତୃତୀୟ ତଥା ଶେଷ ମ୍ୟାଚ୍‌ରେ ଆର୍‌ଏସ୍‌ପି ୪-୦ ଗୋଲ୍‌ରେ ମୟୂରଭଞ୍ଜକୁ ହରାଇଛି। ଅଭିରାମ ଲାଗୁନ, ଫ୍ରାନ୍ସିସ୍‌ କୁଲୁ, ଅମିତ କୁମାର ଟପ୍ପୋ ଓ ସିଲାଣ୍ଡ ଲାକ୍ରା ଗୋଟିଏ ଲେଖାଏଁ ଗୋଲ୍‌ କରିଥିଲେ।

ସମ୍ବନ୍ଧିତ ଖବର