ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମ୍ରେ ଚାଲିଥିବା ନାଲ୍କୋ ଓପନ୍ ଟେନିସ୍ ପ୍ରତିଯୋଗିତାର ମହିଳା ଏକକ ଫାଇନାଲରେ ଦୁଇ ଶୀର୍ଷ ମାନ୍ୟତା ଖେଳାଳି ଅନମ ଅଲମାସ ଏବଂ ଋତୁପର୍ଣ୍ଣା ଚୌଧୁରୀଙ୍କ ମଧ୍ୟରେ ଖେଳାଯିବ। ସେମିଫାଇନାଲରେ ୧ ନମ୍ବର ଅନମ ୬-୦, ୬-୦ରେ ସିମରନ୍ ଏକ୍କାଙ୍କୁ ଏବଂ ଦୁଇ ନମ୍ବର ଋତୁପର୍ଣ୍ଣା ୬-୧, ୭-୫ରେ ଦୀକ୍ଷା ରାଉତଙ୍କୁ ପରାସ୍ତ କରିଥିଲେ। ପୁରୁଷ ଏକକ ସେମିଫାଇନାଲରେ ଅଂଶୁ କୁମାର ଭୂୟାଁ-ଆଦିତ୍ୟ ଶତପଥୀ ଏବଂ କେ ସରଣ-ଅମୃତଜୟ ମହାନ୍ତି ଭେଟ ହେବେ। ସେହିଭଳି ପୁରୁଷ ଯୁଗଳ ସେମିଫାଇନାଲକୁ ଅଂଶୁ କୁମାର ଭୂୟାଁ-ଅଜୟ ନିଶଙ୍କ, ଅମୃତଜୟ ମହାନ୍ତି-ଜଷ୍ଟିନ୍ ପାନମେଇ, ପ୍ରତ୍ୟୁଷ ମହାନ୍ତି-ଆଦିତ୍ୟ ଶତପଥୀ, ଆଶୁତୋଷ ଦାସ-ସତୀର୍ଥ ପଟ୍ଟନାୟକ ଯୋଡ଼ି ଉନ୍ନୀତ ହୋଇଛନ୍ତି। ୧୨ ବର୍ଷରୁ କମ୍ ବାଳକ ଫାଇନାଲରେ କମଲେଶ ରଥ -ଲଳିତ ଟୁଡୁ, ୧୪ ବର୍ଷରୁ କମ୍ ବାଳିକା ଫାଇନାଲରେ ନିମା ସାରା କିସପୋଟା-ସୋହିନି ମହାନ୍ତି, ୧୬ ବର୍ଷରୁ କମ୍ ବାଳକ ଫାଇନାଲରେ ଆର୍ଯ୍ୟନ ସ୍ବାମୀ-ରବି ନାରାୟଣ ସାହୁ ମୁହାଁମୁହିଁ ହେବେ।
ନାଲକୋ ଓପନ୍ ଫାଇନାଲ୍ରେ ଅନମ-ଋତୁପର୍ଣ୍ଣା
/sambad/media/post_attachments/wp-content/uploads/2019/12/hfs4hfs5h7sf9h7sf68h465sfh4sfhhhhhhhhhhhhh.jpg)