ନାଁ ୧, ତାରକା ୨

ପାକିସ୍ତାନ ଦଳର ବିଶ୍ବକପ୍ ଅଭିଯାନ କ୍ରସ୍ ଓଭରରେ ଶେଷ ‌ହୋଇଛି। ଦଳରେ ଥିବା ଏକାଧିକ ନାମ ପାରିବାରିକ ସମ୍ପର୍କର ଦ୍ବନ୍ଦ୍ବ ଆଣୁଥିଲା। ରେହାନ ବଟ୍ଟ ପ୍ରଶିକ୍ଷକ ଏବଂ ସାନ ଭାଇ ଇମ୍ରାନ ବଟ୍ଟ ଗୋଲ୍‌ରକ୍ଷକ ଦାୟିତ୍ବ ତୁଲାଇଥିଲେ। ୨୬ ବର୍ଷୀୟ ମିଡଫିଲଡର୍ ଅର୍ସଦ ତୌସିଦ ଏବଂ ୨୧ ବର୍ଷୀୟ ଫରୱାର୍ଡ ଆତିକ ମହମ୍ମଦ ମଧ୍ୟ ଦୁଇ ଭାଇ। କିନ୍ତୁ ଅନ୍ୟ ଦୁଇଟି ନାମ ସମାନ ଥିଲେ ବି ସେମାନେ ଭାଇ ନ ଥିଲେ। ନାମ ସମାନ ହୋଇଥିବାରୁ ସେମାନେ ଜୁନିଅର ଓ ସିନିୟର ସଂଯୋଗ ରଖିବାକୁ ବାଧ୍ୟ ‌ହୋଇଛନ୍ତି। ଏହି ସମାନ ନାମଟି ହେଲା ମହମ୍ମଦ ଇରଫାନ୍ । କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ୨୮ ବର୍ଷୀୟ ମହମ୍ମଦ ଇରଫାନ୍ ସିନିଅର ଏବଂ ୨୯ ବର୍ଷୀୟକୁ ଜୁନିଅର ସଂଯୋଗ ରଖିବାର ସୁଯୋଗ ମିଳିଛି।

ସମ୍ବନ୍ଧିତ ଖବର