ନଳିନୀକାନ୍ତ ସ୍ମାରକୀ ହ୍ୟାଣ୍ଡ୍‌ବଲ୍‌: ଜଗତସିଂପୁରର ଆଧିପତ୍ୟ

ବ୍ରହ୍ମପୁର: ବିଶିଷ୍ଟ କ୍ରୀଡ଼ାବିତ୍‌ ସ୍ୱର୍ଗତ ଡ. ନଳିନୀକାନ୍ତ ଜେନା ସାମନ୍ତଙ୍କ ସ୍ମୃତିରେ ଏକ ହ୍ୟାଣ୍ଡ୍‌ବଲ୍‌ ପ୍ରତିଯୋଗିତା ବ୍ରହ୍ମପୁର ଷ୍ଟାଡିୟମରେ ଆୟୋଜିତ ହୋଇଛି। ଗଂଜାମ ଜିଲ୍ଲା ହ୍ୟାଣ୍ଡବଲ୍‌ ସଂଘ ପକ୍ଷରୁ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ଛତିଶଗଡ଼, ଝାଡ଼ଖଣ୍ଡ, ଆନ୍ଧ୍ରପ୍ରଦେଶ, ବିହାର, ପଶ୍ଚିମବଙ୍ଗ ସମେତ ଓଡ଼ିଶାର ଜଗତସିଂପୁର, ବ୍ରହ୍ମପୁର, ଯାଜପୁର, ପଶ୍ଚିମବଙ୍ଗ, ଗଂଜାମ ଦଳ ଅଂଶଗ୍ରହଣ କରିଛନ୍ତି। ହେଲେ ଜଗତସିଂପୁର ମଙ୍ଗଳବାର ଖେଳିଥିବା ସମସ୍ତ ତିନି ମ୍ୟାଚ୍‌ ଜିତି ଆଧିପତ୍ୟ ଜାହିର କରିଛି। ଜଗତ୍‌ସିଂହପୁର ଦଳ ଉଦ୍‌ଘାଟନୀ ମ୍ୟାଚ୍‌ରେ ବ୍ରହ୍ମପୁରକୁ ୧୭-୯ ଗୋଲରେ ପରାସ୍ତ କରିଥିବା ବେଳେ ବିହାରକୁ ୧୪-୧୨ ଓ ଛତିଶଗଡ଼କୁ ୧୬-୭ରେ ପରାସ୍ତ କରିଛି। ଅନ୍ୟପକ୍ଷରେ ଆନ୍ଧ୍ରପ୍ରଦେଶ, ବ୍ରହ୍ମପୁର, ଗଂଜାମ ଓ ଝାଡ଼ଖଣ୍ଡ ୨ ଲେଖାଏଁ ମ୍ୟାଚ୍‌ ଜିତିବାରେ ସମର୍ଥ ହୋଇଛନ୍ତି। ଆୟୋଜକ ସଂଘ ସଭାପତି ଅଶୋକ ଶୁକ୍ଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଚନ୍ଦ୍ରଶେଖର ସାହୁ, ପିସିସି ସାଧାରଣ ସମ୍ପାଦକ ବିକ୍ରମ ପଣ୍ଡା, ପ୍ରମୋଦ ଜେନା ପ୍ରମୁଖ ଯୋଗ ଦେଇ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ।

ସମ୍ବନ୍ଧିତ ଖବର