ନରେନ୍ଦ୍ର ଜେନା ସ୍ମ‌‌ାରକୀ ଫୁଟ୍‌ବଲ୍‌ ଟେନିସ୍‌ ଆରମ୍ଭ

ଭୁବନେଶ୍ୱର: ନୟାପଲ୍ଲୀସ୍ଥିତ ସିଟି କ୍ଲବ୍‌ ଏବଂ ଯୁବ ଓଡ଼ିଶା ଆନୁକୂଲ୍ୟରେ ଦ୍ବିତୀୟ ନରେନ୍ଦ୍ର ଜେନା ଫୁଟ୍‌ବଲ୍‌ ଟେନିସ୍‌ ପ୍ରତିଯୋଗିତା ଶନିବାରଠାରୁ ଆରମ୍ଭ ହୋଇଛି। ଭୁବନେଶ୍ବରସ୍ଥିତ ମମ୍‌ତାଜ ଅଲ୍ଲୀ ଉଚ୍ଚବିଦ୍ୟାଳୟରେ ଖେଳାଯାଇଥିବା ଏହି ପ୍ରତିଯୋଗିତାର ପୁରୁଷ ବର୍ଗରେ ବୌଦ୍ଧ-ଢ଼େଙ୍କାନାଳ ଏବଂ କନ୍ଧମାଳ-ଢ଼େଙ୍କାନାଳ (ଖ) ସେମିଫାଇନାଲରେ ମୁହାଁମୁହିଁ ହେବେ। ସେହିଭଳି ମହିଳାରେ କଟକ-କଟକ ସଦର ଏବଂ‌ ଚୌଦ୍ବାର-ବିଡ଼ାନାସୀ ମଧ୍ୟରେ ସେମିଫାଇନାଲ୍ ଖେଳାଯିବ। ମହିଳାରେ କଟକ ୨-୦ରେ ଭ୍ୁବନେଶ୍ବରକୁ, ବିଡ଼ାନାସୀ ୨-୦ରେ ଭଦ୍ରକକୁ, କଟକ ସଦର ୨-୦ରେ ଖୋର୍ଧାକୁ, ଚୌଦ୍ବାର ୨-୧ରେ ଭୁବନେଶ୍ବର ‘ଏ’କୁ ପରାସ୍ତ କରିଥିଲେ। ପୁରୁଷରେ ବୌଦ୍ଧ ୨-୦ରେ କଟକ ସଦରକୁ ଏବଂ ଢ଼େଙ୍କାନାଳ ୨-୧ରେ କଟକ ସିଟିକୁ ପରାସ୍ତ କରିଥିଲା। ରବିବାର ସେମିଫାଇନାଲ୍ ଓ ଫାଇନାଲ୍‌ ମ୍ୟାଚ୍ ସହିତ ଉଦ୍‌ଯାପନୀ ଉତ୍ସବ ଅନୁଷ୍ଠିତ‌ ହେବ। ଶନିବାର ଉଦ୍‌ଘାଟନୀ ଉତ୍ସବରେ ଡିସିପି ବିଜୟ କୁମାର ସାହୁ, ବିଏଏ ସମ୍ପାଦକ ଡକ୍ଟର ସୌର୍ଯ୍ୟରଂଜନ ପରିଜା, ନିଖିଳ ବଳବନ୍ତରାୟ, ନବରଂଜନ ପଟ୍ଟନାୟକ, କାଦମ୍ବିନୀ ଦାସ, ଡକ୍ଟର ପ୍ରକାଶ ଶ୍ରୀଚନ୍ଦନ, ଅଜୁଁନ ସାହୁ, ସମରେନ୍ଦ୍ର ଜେନା, ପ୍ରେମାନନ୍ଦ ଜେନା ଅତିତିଭାବେ ଯୋଗ ଦେଇଥିଲେ। ସିଟି କ୍ଲବ୍ ସମ୍ପାଦକ ପ୍ରଦୀପ କୁମାର ରାଉତରାୟ ଏହାର ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର