ଏନେସ୍‌ କପ୍‌ରେ ପ୍ରମୋଦଙ୍କୁ ଯୁଗଳ କାଂସ୍ୟ 

ଭୁବନେଶ୍ୱର: ଓଡ଼ିଆ ବ୍ୟାଡ୍‌ମିଣ୍ଟନ୍‌ ତାରକା ପ୍ରମୋଦ ଭଗତ ଚତୁର୍ଥ ଏନେସ୍‌ କପ୍‌ ପାରା ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତାରେ ଯୁଗଳ କାଂସ୍ୟ ପଦକ ଜିତି ନେଇଛନ୍ତି। ବିଶ୍ୱ ବ୍ୟାଡ୍‌ମିଣ୍ଟନ୍‌ ମହାସଂଘ ଏବଂ ତୁର୍କି ଭିନ୍ନକ୍ଷମ ବ୍ୟାଡ୍‌ମିଣ୍ଟନ୍‌ ସଂଘର ମିଳିତ ସହଯୋଗରେ କୋନ୍‌ୟା ସହରର ୟୁଥ୍‌ ଆଣ୍ଡ୍‌ ସ୍ପୋର୍ଟସ କ୍ଲବ୍‌ ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ ଏହି ପ୍ରତିଯୋଗିତାରେ ପ୍ରମୋଦ ଉଭୟ ପୁରୁଷ ଏକକ ଏବଂ ଯୁଗଳ ସେମିଫାଇନାଲ୍‌ରେ ହାରି କାଂସ୍ୟରେ ସନ୍ତୁଷ୍ଟ ହୋଇଥିଲେ। ରବିବାର ପୁରୁଷ ଏକକ ସେମିଫାଇନାଲ୍‌ରେ ପ୍ରମୋଦ ୧୨-୨୧, ୨୧-୧୩, ୧୫-୨୧ରେ ଜାପାନ୍‌ର ଡାଇସୁକି ଫୁଜିହାରଙ୍କଠୁ ହାରି ଯାଇଥିଲେ। କ୍ୱାର୍ଟର୍‌ ଫାଇନାଲ୍‌ରେ ସେ ୨୦-୨୨, ୨୧-୧୬, ୨୧-୧୦ରେ ଫ୍ରାନ୍ସର ମାଥୁୟୁ ଥୋମାସଙ୍କୁ ହରାଇ ସେମିଫାଇନାଲ୍‌ରେ ପ୍ରବେଶ କରିଥିଲେ। ସେହିପରି ପୁରୁଷ ଯୁଗଳରେ ମନୋଜ ସରକାରଙ୍କୁ ସାଥୀ କରି ଖେଳୁଥିବା ପ୍ରମୋଦ ଗ୍ରୁପ୍‌ ପର୍ଯ୍ୟାୟରେ ଶୀର୍ଷରେ ରହି ସେମିଫାଇନାଲ୍‌ରେ ପହଞ୍ଚିଥିଲେ। କିନ୍ତୁ ସେମିଫାଇନାଲ୍‌ରେ ଏହି ଭାରତୀୟ ଯୋଡ଼ି ୧୩-୨୧, ୨୧-୧୯, ୧୬-୨୧ରେ ଜାପାନ୍‌ ଯୋଡ଼ି ସିରିପୋଙ୍ଗ୍‌ ଟିମାରୋମ୍‌ ଓ ଡାଇସୁକେ ଫୁଜିହାରଙ୍କଠୁ ହାରି ଯାଇଥିଲେ। ଏହି ସଫଳତା ଲାଗି ପ୍ରମୋଦଙ୍କୁ ଓଡ଼ିଶା ପାରା ବ୍ୟାଡ୍‌ମିଣ୍ଟନ୍‌ ସଂଘ ଓ ପାରା ପ୍ଲେୟାର ଫୋରମ୍‌ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧିତ ଖବର